ଅଗ୍ନିକାଣ୍ଡରେ ଘର ପାଉଁଶ

zisanmohammad
0
ଅଗ୍ନିକାଣ୍ଡରେ ଘର ପାଉଁଶ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ମେରିଙ୍ଗି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ଧ୍ୱଂସ ହୋଇଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ମେରିଙ୍ଗି ଗ୍ରାମର ପ୍ରଦୀପ କୁମାର ବିଡିକାଙ୍କ ପରିବାର ଲୋକ ଖାଇ ସାରିବା ପରେ ଶୋଇ ପଡିଥିଲେ। ତେବେ ବିଳମ୍ବିତ ରାତିରେ ପ୍ରଦୀଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଦେଖି ସାହି ପଡିଶା ଜଣାଇବା ପରେ ପ୍ରଦୀପଙ୍କ ପରିବାର ଲୋକ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ। ଏହି ଅଗ୍ନିକାଣ୍ଡରେ ପ୍ରଦୀପଙ୍କ ଘରେ ଥିବା ୨ଟି ବାଇକ୍‌, ଛୋଟିଆ ଚୁନା କଳ, ଆସବାବପତ୍ର ସହ ଅନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।

ଘରର ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯିବାର ପରେ ପ୍ରଦୀପ ଚିନ୍ତାରେ ପଡିଛନ୍ତି। ଖବର ପାଇ ଆଜି ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗଙ୍କ ନେତୃତ୍ୱରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ଜାନୀ, ଚାଲକମ୍ବା ଆରଆଇ ସନ୍ତୋଷ କୁମାର ପଣ୍ଡା, ଘନାନ୍ତ୍ରି ସମିତି ସଭ୍ୟ ଶ୍ରୀଧର ଶବର, କୈଳାଶ ଷଡଙ୍ଗୀ ପ୍ରମୁଖ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ କମଳ, ପଲିଥିନ, ରୋଷେଇ ସାମଗ୍ରୀ, ପୋଷାକ ଆଦି ପ୍ରଦାନ କରିଥିଲେ। ପ୍ରଶାସନ ପକ୍ଷରୁ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଦୀପଙ୍କ ପରିବାରକୁ ଇନ୍ଦିରା ଆବାସ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।



from ଜିଲ୍ଲା – Sambad https://ift.tt/2OJtnFh

Post a Comment

0Comments
Post a Comment (0)