ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

zisanmohammad
0
ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କାଲିମେଳା: କାଲିମେଳା ଅଞ୍ଚଳରେ ଅପହରଣ ଓ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କାଲିମେଳା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ପୀଡିତାଙ୍କ ପରିବାର ଆଜି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଖବରରୁ ଜଣାପଡ଼ିଛି ଯେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପଡ଼ିଆ ବ୍ଲକ ଏରବାନପାଲୀ ଗ୍ରାମର ଆଦିବାସୀ ଝିଅ ଘରେ ଏକୁଟିଆ ଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କ ଘରକୁ ଯାଇ ଉକ୍ତ ନାବାଳିକାକୁ ଅପହରଣ କରିଥିଲେ। ଯୁବକ ଦୁହେଁ ନାବାଳିକାକୁ ଏମପିଭି-୭ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ପୁଲିସ ନିକଟରେ ବୟାନ ଦେଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଦୁହେଁ ମାଲକାନଗିରି ଥାନା ଅନ୍ତର୍ଗତ କୋଡେଲମାଟଲା ଗ୍ରାମର ସମା ମାଡ଼କାମୀ ଓ ବୁଦ୍ରା ମାଡ଼କାମୀ ବୋଲି ଜଣାପଡ଼ିଛି। ପୀଡିତାଙ୍କ ବାପା ମା ଜମିରେ ଥିବା କୁଡ଼ିଆରେ ରହିଥିବା ବେଳେ ଏହାର ସୁଯୋଗ ନେଇ ଏହି ଦୁହେଁ ଯୁବକ ତାଙ୍କ ଘରେ ପହଞ୍ଚି ନାବାଳିକାକୁ ଅପହରଣ କରି ଏଭଳି କାଣ୍ଡ ଭିଆଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଉଭୟଙ୍କ ନାମରେ କାଲିମେଳା ଥାନାରେ କେସ ନଂ-୪୨, ଦଫା-୪୫୭,୩୬୩,୩୭୬(ଡ଼ି)୩୪ ଓ ପୋକ୍‌ସୋ ମାମଲା ରୁଜୁ କରାଯାଇଥିବା ବେଳେ ଉଭୟଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରାଯାଉଥିବା ପୁଲିସ କହିଛି। ସେହିପରି ଗତ ସପ୍ତାହରେ ଜଣେ ସ୍କୁଲ ଛାତ୍ରୀକୁ ଦୁଇଜଣ ଯୁବକ ଅପହରଣ କରି ଦୁଷ୍କର୍ମ କରିବା ଘଟଣାରେ ପୁଲିସ ସଂପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମାତ୍ର ଏକ ସପ୍ତାହ ମଧ୍ୟରେ ପୁଣି ଦୁଷ୍କର୍ମ ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।



from ଜିଲ୍ଲା – Sambad https://ift.tt/2Ksajbh

Post a Comment

0Comments
Post a Comment (0)