ଭୁଶୁଡିଲା ନିର୍ମାଣାଧୀନ ଶ୍ରେଣୀ ଗୃହ ତାଜା, ବର୍ତିଲେ ଛାତ୍ରଛାତ୍ରୀ

zisanmohammad
0
ଭୁଶୁଡିଲା ନିର୍ମାଣାଧୀନ ଶ୍ରେଣୀ ଗୃହ ତାଜା, ବର୍ତିଲେ ଛାତ୍ରଛାତ୍ରୀ

ମାଥାଲପୁଟ: କୋରାପୁଟ ବ୍ଲକ ଲିଟିଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଟ୍ରଘାଟି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିର୍ମାଣାଧୀନ ଏକ ନୂତନ ଶ୍ରେଣୀ ଗୃହର ତାଜା ଭୁଶୁଡି ପଡିଛି। ଗତକାଲି ସଂଧ୍ୟାରେ ଏହି ଅଘଟଣ ଘଟିଥିବାରୁ ଛାତ୍ରଛାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ପୁଟ୍ରାଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ନିମ୍ନମାନର କାମ ଯୋଗୁଁ ଗତକାଲି ସଂଧ୍ୟାରେ ଏହି ଶ୍ରେଣୀ ଗୃହର ତାଜା ହଠାତ୍‌ ଭୁଶୁଡି ପଡିଥିଲା। ଏହି ସମୟରେ କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ନଥିବାରୁ ଅଘଟଣରୁ ଅଳ୍ପକେ ବର୍ତି ଗଲେ ବି ପ୍ରଧାନ ଶିକ୍ଷକ ବିବେକାନନ୍ଦ ବଳ କହିଛନ୍ତି। ଅନ୍ୟପଟେ ଏହି ଶ୍ରେଣୀ ଗୃହ କାମ କିଏ କରୁଛି ତାହା ଜଣାନଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।



from ଜିଲ୍ଲା – Sambad https://ift.tt/2OIq0yy

Post a Comment

0Comments
Post a Comment (0)