ମଦ ବିରୋଧୀ ଆନ୍ଦୋଳନକୁ ଦବାଇବାକୁ ଉଦ୍ୟମ:ମହିଳାଙ୍କ ଉପରେ ବାଇକ ଚଢ଼ାଇଦେଲେ

zisanmohammad
0
ମଦ ବିରୋଧୀ ଆନ୍ଦୋଳନକୁ ଦବାଇବାକୁ ଉଦ୍ୟମ:ମହିଳାଙ୍କ ଉପରେ ବାଇକ ଚଢ଼ାଇଦେଲେ

କେନ୍ଦୁଝର: ମଦ ବିରୋଧୀ ଆନ୍ଦୋଳନକାରୀ ମହିଳାଙ୍କ ଉପରେ ବାଇକ୍‌ ଚଢ଼ାଇଦେଲେ ମଦ ବେପାରୀ। ଫଳରେ ଜଣେ ମହିଳାଙ୍କର ହାତ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ସଦର ଥାନା ଗୋବର୍ଦ୍ଧନ ଗ୍ରାମରେ ଚାଲିଥିବା ନିଶାମୁକ୍ତ ଅଭିଯାନକୁ ଦବାଇବାକୁ ଏଭଳି ଉଦ୍ୟମ କରିଛନ୍ତି ମଦ ବେପାରୀ। ଏହାକୁ କେନ୍ଦ୍ରକରି ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର ଶତାଧିକ ମହିଳା ଆଜି ଏନେଇ ଅବକାରୀ ଅଧୀକ୍ଷକଙ୍କୁ ସାକ୍ଷାତ କରିବା ସହ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।
ଖବର ଅନୁସାରେ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଗ୍ରାମର ବିଭିନ୍ନ ସ୍ଥାନରେ ଚୋରାରେ ମଦଭାଟି କରି ଦେଶୀ ମଦ ବିକ୍ରି ଚାଲିଛି। ସେହି ଭାଟି, ଦୋକାନ ଉପରେ ମହିଳାମାନେ ଚଢ଼ଉ କରି ମଦ ବିକ୍ରି ବନ୍ଦ କରୁଛନ୍ତି। ପ୍ରାୟ ୩/୪ ମାସ ହେଲାଣି ଏହି ମଦ ବିରୋଧୀ ଆନ୍ଦୋଳନ ଜାରି ରହିଛି। କେତେକ ବେପାରୀ ଓ ମଦୁଆ ଏହାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଗ୍ରାମରେ ଚୋରାରେ ମଦ ବିକ୍ରି କରୁଥିବା ଡାକ୍ତର ସେଠୀ ଗତକାଲି ମହୁଲି ଓ ବିଦେଶୀ ମଦ ଧରି ସଂଧ୍ୟାରେ ଆସୁଥିଲେ। ମହିଳା ସଂଗଠନ ଏହା ଜାଣିବା ପରେ ତାଙ୍କୁ ଅଟକାଇଥିଲେ। ମାତ୍ର ସେ ବାଇକ ନ ଅଟକାଇ ମଞ୍ଜୁଲତା ସାହୁଙ୍କୁ ଧକ୍କା ଦେଇ ତାଙ୍କ ହାତ ଉପରେ ଗାଡ଼ି ଚଢ଼ାଇ ଫେରାର ହୋଇଯାଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ ଓ ତାଙ୍କ ହାତ ଭାଙ୍ଗି ଯାଇଛି। ଅଭିଯୋଗ ପାଇ ପୁଲିସ ପହଞ୍ଚି ତାକୁ ଗିରଫ କରିବା ସହିତ ବାଇକ ଓ ମଦକୁ ଜବତ କରଛି। ଖବର ପାଇ ପୂର୍ବତନ ବିଧାୟକ ମୋହନ ଚରଣ ମାଝୀ ଆହତ ମଞ୍ଜୁଲତା ସାହୁଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ନୈତିକ ସମର୍ଥନ ଜଣାଇଛନ୍ତି।



from ଜିଲ୍ଲା – Sambad https://ift.tt/2KqAfnN

Post a Comment

0Comments
Post a Comment (0)