
ବର୍ମିଂହାମ: ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଓ ଈଶାନ୍ତ ଶର୍ମାଙ୍କ ଆତ୍ମଘାତୀ ବୋଲିଂରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି। ଈଶାନ୍ତଙ୍କୁ ୫ଟି ଓ୍ଵିକେଟ, ଅଶ୍ୱିନଙ୍କୁ ୩ଟି ଓ୍ଵିକେଟ ଓ ଉମେଶ ଯାଦବଙ୍କୁ ୨ଟି ଓ୍ଵିକେଟ୍ ମିଳିଛି। ତୃତୀୟ ଦିନ ୨ୟ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ ହରାଇ ୧୮୦ ରନ୍ ସଂଗ୍ରହ କରିଛି। ଫଳରେ ଭାରତକୁ ୫ ମ୍ୟାଚର ଶୃଙ୍ଖଳାର ପ୍ରଥମ ମୁକାବିଲା ବିଜୟ ପାଇଁ ୧୯୪ ରନ୍ ଟାର୍ଗେଟ ମିଳିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୭ ରନ ସଂଗ୍ରହ କରିଥିବା ବେଳେ ଭାରତୀୟ ଖେଳାଳିମାନେ ୨୭୪ ରନ୍ କରିଥିଲେ।
ଇଂଲଣ୍ଡ ୯ ରନ୍ରେ କୁକ୍ଙ୍କୁ ହରାଇଥିବା ବେଳେ ୧୮ ରନ୍ରେ ଜେନିଙ୍ଗସ୍, ୩୯ ରନ୍ରେ ରୁଟ୍, ୭୦ ରନ୍ରେ ମଲାନ, ୮୫ ରନ୍ରେ ବେୟାରଷ୍ଟୋ, ୮୬ ରନ୍ରେ ବେନ୍ ଷ୍ଟୋକସ୍ ଆଉଟ ହୋଇଥିଲେ। ସପ୍ତମ ଓ୍ଵିକେଟରେ ବଟଲର ଆଉଟ୍ ହୋଇଥିଲେ। ଭାରତୀୟ ବୋଲରମାନେ ଅଷ୍ଟମ ଓ୍ଵିକେଟ ପାଇଁ ବହୁ ପରିଶ୍ରମ କରିଥିଲେ। ଏଥି ପାଇଁ ଦଳକୁ ୬୮ ରନ୍ ବ୍ୟୟ କରିବାକୁ ପଡ଼ିଥିଲା। ଆଦିଲ ରସିଦ(୧୬)-ସାମ କୁରାନ(୬୩)ଙ୍କୁ ଆଉଟ କରିବା ସହଜ ନଥିଲା। ୧୩୫ ରନ୍ରେ ଇଂଲଣ୍ଡ ୮ମ ଓ୍ଵିକେଟ ଓ ୧୭୬ ରନ୍ରେ ୯ମ ଓ୍ଵିକେଟ ହରାଇଥିଲା।
ଓପନ୍ର କିଏଟନ୍ ଜେନିଙ୍ଗସ୍ ୮ ରନ୍ ଯୋଡ଼ିବା ପରେ ଅଶ୍ୱିନଙ୍କ ବଲ ଲୋକେଶ ରାହୁଲଙ୍କୁ କ୍ୟାଚ ଦେଇଥିଲେ। ଜିନିଙ୍ଗସ୍ଙ୍କୁ ଅନୁସରଣ କରିଥିଲେ ଜୋଏ ରୁଟ(୧୪)। ରୁଟ ମଧ୍ୟ ଅଶ୍ୱିନଙ୍କ ବଲ ରାହୁଲଙ୍କୁ କ୍ୟାଚ ଦେଇଥିଲେ। ଦାଓ୍ଵିଦ ମଲାନ ୨୦ ରନ୍ ଯୋଡ଼ିବା ପରେ ଈଶାନ୍ତ ଶର୍ମାଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିଲେ। ଇଂଲଣ୍ଡର ସଫଳ ବ୍ୟାଟସ୍ମ୍ୟାନ ଜନି ବେୟାରଷ୍ଟୋ ୪୦ଟି ବଲ ଖେଳି ୨୮ ରନ୍ ସଂଗ୍ରହ କରିବା ପରେ ଈଶାନ୍ତଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ୍ ଦେଇ ପାଭଲିଅନ ଫେରିଥିଲେ। ତା’ପରେ ଭାରତର ଶିକାର ହୋଇଥିଲେ ବେନ୍ ଷ୍ଟୋକ(୬)। ସେ ମଧ୍ୟ ଈଶାନ୍ତଙ୍କ ବଲ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ।
from ଖେଳ – Sambad https://ift.tt/2LQNTWQ