ସାମିଙ୍କୁ ହାସିନ୍‌ଙ୍କ ପୁଣି ଏକ ବାଉଁସର: ଏଥର ବୟସ ଜାଲିଆତି

zisanmohammad
0
ସାମିଙ୍କୁ ହାସିନ୍‌ଙ୍କ ପୁଣି ଏକ ବାଉଁସର: ଏଥର ବୟସ ଜାଲିଆତି

କୋଲ୍‌କାତା: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ତାଙ୍କ ପତ୍ନୀ ହାସିନ୍‌ ଜହାଁ ପୁଣି ଏକ ବାଉଁସର ମାରିଛନ୍ତି। ଗୋଟିଏ ପରେ ଗୋଟିଏ ବାଉଁସର ମାରି ସାମିଙ୍କୁ ଅଡ଼ୁଆରେ ପକାଇ ଚାଲିଥିବା ହାସିନ୍‌ ଏବେ ନୂଆ ଅଭିଯୋଗ ଆଣିଛନ୍ତି। ଏଥର ସାମିଙ୍କ ବୟସ ଜାଲିଆତିର ପର୍ଦାଫାସ କରିଛନ୍ତି ହାସିନ୍‌। ଏନେଇ ହାସିନ୍‌ ମଧ୍ୟ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରେ ସରକାରୀ ପ୍ରମାଣପତ୍ର (ଦଶମ ଓ ଦ୍ୱାଦଶ ଶ୍ରେଣୀ ମାର୍କସିଟ୍‌, ଡ୍ରାଇଭିଂ ଲାଇସେନ୍‌ସ, ଭୋଟର ପରିଚୟପତ୍ର ଏବଂ ଚେକ୍‌ବୁକ୍‌) ପ୍ରଦର୍ଶନ କରିଛନ୍ତି। ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ନିକଟରେ ସାମିଙ୍କ ଜନ୍ମ ତାରିଖ ୧୯୯୦ ମାର୍ଚ ୯ ତାରିଖ ରହିଛି। ଯାହାକି ତାଙ୍କୁ ଏବେ ୨୮ ବର୍ଷ ହେବାକଥା ବୋଲି ହାସିନ୍‌ କହିଛନ୍ତି। ହେଲେ ସରକାରୀ ପ୍ରମାଣପତ୍ରରେ ସାମିଙ୍କ ଜନ୍ମ ତାରିଖ ଭିନ୍ନ ଭିନ୍ନ ରହିଛି। ଦଶମ ଶ୍ରେଣୀ ମାର୍କ ସିଟ୍‌ରେ ଜନ୍ମ ତାରିଖ ୧୯୮୪ ମସିହା ଜାନୁଆରି ୩ ତାରିଖ ଉଲ୍ଲେଖ ଥିଲା ବେଳେ ଡ୍ରାଇଭିଂ ଲାଇସେନ୍‌ସରେ ୧୯୮୨ ମସିହା ମେ ୫ ତାରିଖ ବୋଲି ଉଲ୍ଲେଖ ରହିଛି। ଫଳରେ ସାମିଙ୍କ ବୟସ ଦୁଇଟି ପ୍ରମାଣପତ୍ରରେ ୩୪ ଓ ୩୬ ବର୍ଷ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ, ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ଆଉ ଏକ ମାର୍କସିଟ୍‌ରେ ଜନ୍ମ ତାରିଖ ୧୯୯୦ ସେପ୍ଟେମ୍ବର ୩ ତାରିଖ ବୋଲି ଉଲ୍ଲେଖ କରାଯାଇଛି। ବିସିସିଆଇ ଓ ତୃତୀୟ ମାର୍କ ସିଟ୍‌ରେ ଜନ୍ମ ମସିହା ସମାନ ଥିଲା ବେଳେ ମାସରେ ଫରକ୍‌ ରହିଥିବା ଗୁରୁତର ଅଭିଯୋଗ ବାଢ଼ିଛନ୍ତି ହାସିନ୍‌। ଏହା ଆଗାମୀ ଦିନରେ ସାମିଙ୍କୁ ଯେ ଅଡୁଆରେ ପକାଇବ ତାକୁ ଏଡାଇ ହେବନାହିଁ।



from ଖେଳ – Sambad https://ift.tt/2vAdicq

Post a Comment

0Comments
Post a Comment (0)