
ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ବିଲ୍ ଶୁକ୍ରବାର ଲୋକସଭାରେ ଗୃହୀତ ହୋଇଯାଇଛି। ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ମଣିପୁରର ରାଜଧାନୀ ଇମ୍ଫାଲ ଠାରେ ସ୍ଥାପନା ହେବ।
The National Sports University, Manipur is envisioned to offer courses in 13 departments through its 4 schools.
There will be enhanced focus on sports coaching, physiology, nutrition, journalism and other verticals associated with sports. pic.twitter.com/oi7h8ue07X
— Rajyavardhan Rathore (@Ra_THORe) August 3, 2018
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ଏକ ବଡ଼ ପଦକ୍ଷେପ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ଟୁଇଟରରେ କହିଛନ୍ତି। ରାଠୋର କହିଛନ୍ତି ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମଣିପୁରରେ ପ୍ରତିଷ୍ଠା ହେବ। ୪ଟି ସ୍କୁଲକୁ ନେଇ ପ୍ରତିଷ୍ଠା ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟରେ ୧୩ଟି ବିଭାଗ ରହିବ। ସ୍ପୋର୍ଟସ୍ ପ୍ରଶିକ୍ଷଣ, ମନୋବିଜ୍ଞାନ, ଭୋଜନ, ସାମ୍ବାଦିକତା ଓ ଖେଳ ସହିତ ସଂପର୍କିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଗୁରୁତ୍ୱ ଦିଆଯାଇଛି।
କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୪ଟି ସ୍କୁଲ ଯଥା ସ୍କୁଲ ଅଫ୍ ଇଣ୍ଟରଡିସିପ୍ଲିନାରୀ ଷ୍ଟଡିଜ୍, ସ୍କୁଲ ଅଫ୍ ସ୍ପୋର୍ଟସ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀ, ସ୍କୁଲ ଅଫ୍ ସ୍ପୋର୍ଟସ ସାଇନସ୍ ଆଣ୍ଡ ସ୍ପୋର୍ଟସ ମେଡିସିନ୍ ଓ ସ୍କୁଲ ଅଫ୍ ସ୍ପୋର୍ଟସ ଏଜୁକେଶନ ରହିବ।
ସେହିଭଳି ଏହି ସ୍କୁଲ ଗୁଡ଼ିକରେ ଆପଲାଏଡ ସାଇକୋଲୋଜୀ ଆଣ୍ଡ ଆନାଟୋମୀ, ବାଇଓକେମିକାଲ ସାଇନସ୍ ଆପଲାଏଡ ସାଇକୋଲୋଜୀ, ସ୍ପୋର୍ଟସ ବାଇଓମେକାନିଜ ଆଣ୍ଡ ମୁଭମେଣ୍ଟ ସାଇନସ୍, ପ୍ରିଭେଣ୍ଟିଭ ଆଣ୍ଡ ରିହାବିଲେଟିଭ ସାଇନସ୍, ସ୍ପୋର୍ଟସ ମ୍ୟାଜେନମେଣ୍ଟ ଆଣ୍ଡ ଡିଜିଟାଲ ମିଡିଆ, ସ୍ପୋର୍ଟସ ଟେକନୋଲୋଜୀ ଆଣ୍ଡ ଆର୍ଚିଟେକଚର, ଫିଜିକାଲ ଏଜୁକେଶନ ଓ ସ୍ପୋର୍ଟସ କୋଚିଂ ବିଭାଗ ରହିବ।
from ଖେଳ – Sambad https://ift.tt/2vCu0HU