ନିୟନ୍ତ୍ରଣରେଖା ଟପିବା ନିମନ୍ତେ ୬୦୦ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି ପାକିସ୍ତାନ: ଗୁଇନ୍ଦା ରିପୋର୍ଟ

zisanmohammad
0
ନିୟନ୍ତ୍ରଣରେଖା ଟପିବା ନିମନ୍ତେ ୬୦୦ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି ପାକିସ୍ତାନ: ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ଅପରାଧିକ ଉଦ୍ଦେଶ୍ୟ ନେଇ ଭାରତକୁ ପ୍ରବେଶ କରିବା ନିମନ୍ତେ ନିୟନ୍ତ୍ରଣରେଖାର ବିଭିନ୍ନ ଲଞ୍ଚ୍‌ପ୍ୟାଡ୍‌ ଠାରେ ୬୦୦ ସରିକି ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି।

ଗୃହ ବିଭାଗରେ ଦାଖଲ କରାଯାଇଥିବା ଏହି ରିପୋର୍ଟ ଅନୁସାରେ, ପାକିସ୍ତାନୀ ବଳ ଓ ସେନା କର୍ମଚାରୀମାନେ ଉକ୍ତ ଆତଙ୍କବାଦୀମାନଙ୍କୁ ସକ୍ରିୟ ସମର୍ଥନ କରୁଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ସମର୍ଥନ ଯୋଗାଇ ଦେଉଥିବା ସାହାଯ୍ୟକାରୀମାନେ ପାକିସ୍ତାନର ବର୍ଡର୍‌ ଆକ୍‌ସନ୍‌ ଟିମ୍‌ର ସଦସ୍ୟ ବୋଲି ବିଶ୍ୱାସ କରାଯାଉଛି।

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତରେ ଅନୁପ୍ରବେଶ କରିବାକୁ ଚାହିଁ ବସିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ହେଉଛି ସବୁଠୁ ଅଧିକ।
ବିଭିନ୍ନ ସେକ୍ଟର୍‌ରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଆତଙ୍କବାଦୀଙ୍କ ସଂଖ୍ୟାର ଏକ ତାଲିକା କରିଛି ଗୁଇନ୍ଦା ବିଭାଗ। ଏହି ସବୁ ସେକ୍ଟର୍‌ରେ ଆତଙ୍କବାଦୀମାନେ ଚଳପ୍ରଚଳ କରୁଥିବାର ଦେଖା ଯାଇଛି।

ଗୁରେଜ୍‌ ସେକ୍ଟର୍‌: ୬୭ ଜଣ ଆତଙ୍କବାଦୀ ପାକିସ୍ତାନର ବର୍‌ବାଦ୍‌, ସର୍ଦ୍ଦାରି, ଲୋସାର୍‌ କମ୍ପ୍ଲେକ୍ସରେ ଉପସ୍ଥିତ ଅଛନ୍ତି।

ମାଚିଲି ସେକ୍ଟର୍‌: ୯୬ ଆତଙ୍କବାଦୀ।

କେରାନ୍‌ ସେକ୍ଟର୍‌: ୧୧୭ ଜଣ ଆତଙ୍କବାଦୀ।

ଟଙ୍ଗଧର ସେକ୍ଟର୍‌: ୭୯ ଜଣ ଆତଙ୍କବାଦୀ।

ଉରି ସେକ୍ଟର୍‌: ୨୬ ଜଣ ଆତଙ୍କବାଦୀ।

ରାମପୁର ସେକ୍ଟର୍‌: ୨୬ ଜଣ ଆତଙ୍କବାଦୀ।

ପୁଞ୍ଚ୍‌ ସେକ୍ଟର୍‌: ୪୩ ଜଣ ଆତଙ୍କବାଦୀ।

କୃଷ୍ଣା ଘାଟି ସେକ୍ଟର୍‌: ୨୧ ଜଣ ଆତଙ୍କବାଦୀ।

ଭିମ୍ବର ଗଲ: ୪୦ ଜଣ ଆତଙ୍କବାଦୀ।

ନୌସେରା ସେକ୍ଟର୍‌: ୬ ଜଣ ଆତଙ୍କବାଦୀ।

ସୁନ୍ଦରବାଣୀ ସେକ୍ଟର୍‌: ୧୬ ଜଣ ଆତଙ୍କବାଦୀ।

ଗତ ସପ୍ତାହରେ ଗୃହମନ୍ତ୍ରାଳୟ କହିବାନୁସାରେ, ଜୁଲାଇ ୨୨ ତାରିଖ ସୁଦ୍ଧା ଜମ୍ମୁ ଓ କଶ୍ମୀରରେ ନିରାପତ୍ତା ବଳ ୧୧୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ୨୦୧୭ରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ଥିଲା ୨୧୩, ୨୦୧୬ରେ ଏବଂ ୨୦୧୫ରେ ଏମାନଙ୍କ ସଂଖ୍ୟା ଯଥାକ୍ରମେ ଥିଲା ୧୫୦ ଓ ୧୦୮।



from ଦେଶ- ବିଦେଶ – Sambad https://ift.tt/2Ayp9gR

Post a Comment

0Comments
Post a Comment (0)