ଯୌନ ଶୋଷଣର ଅଭିଯୋଗପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ଏହି ବଲିଉଡ ନିର୍ଦ୍ଦେଶକ

zisanmohammad
0
ଯୌନ ଶୋଷଣର ଅଭିଯୋଗପରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ଏହି ବଲିଉଡ ନିର୍ଦ୍ଦେଶକ

ମୁମ୍ବାଇ: ଅନେକ ସମୟରେ ନିର୍ଦ୍ଦେଶକଙ୍କ ନାଆଁରେ କାଷ୍ଟିଂ କାଉଚ୍‌ ଏବଂ ଯୌନ ଶୋଷଣର ଅଭିଯୋଗ ଆସିଛି। କିନ୍ତୁ ସେମାନଙ୍କୁ ନ୍ୟାୟାଳୟ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଜାଣନ୍ତୁ ସେମାନେ କିଏ ଏବଂ କାହିଁକି ଏକଥା ଉଠିଥିଲା ?

ଜଣାଶୁଣା ନିର୍ଦ୍ଦେଶକ ଦିବାକର ବାନାର୍ଜୀ ଅଭିନେତ୍ରୀ ପାୟଲ ରୋହତଗୀଙ୍କର ଯୌନ ଶୋଷଣ କରିଥିବା ନେଇ ମଧ୍ୟ ଅଭିଯୋଗ ଶୁଣିବାକୁ ମିଳିଥିଲା। କିନ୍ତୁ ଦିବାକର ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ।

‘ପିପ୍‌ଲି ଲାଇଭ୍‌’ ଫିଲ୍ମର ସହ-ନିର୍ଦ୍ଦେଶକ ମହମ୍ମଦ୍‌ ଫାରୁକୀଙ୍କୁ ୨୦୧୬ରେ ଜଣେ ଆମେରିକୀୟ ରିସର୍ଚ୍ଚର ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷର କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ,ଉକ୍ତ ମହିଳା ୨୦୧୫ ଜୁନ୍‌ ମାସରେ ଫାରୁକୀଙ୍କ ବିରୋଧରେ ନ୍ୟୁ ଫ୍ରେଣ୍ଡସ କଲୋନି ଥାନାରେ ଅଭିଯୋଗ କରିଥିଲେ।ତେବେ ସୁପ୍ରିମ୍‌କୋର୍ଟ ଏହି ମାମଲାର ବିଚାର କରି ମହମ୍ମଦ ଫାରୁକୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ।

ଚାନ୍ଦନିୀବାର୍‌,କର୍ପୋରେଟ୍‌,ଫ୍ୟାସନ୍‌ , ସତ୍ତା, ଦିଲ୍‌ ତୋ ବଚା ହେ ଜି ଓ ହିରୋଇନ୍‌ ଭଳି ଲୋକପ୍ରିୟ ସିନେମାର ନିର୍ଦ୍ଦେଶକ ମଧୁର ଭଣ୍ଡାରକର୍‌ଙ୍କ ଉପରେ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ ଆଣିଥିଲେ ମଡ଼େଲ୍‌ ପ୍ରୀତି ଜୈନ। ପ୍ରୀତିଙ୍କ ଅଭିଯୋଗ ଅନୁଯାୟୀ ମଧୁର ଫିଲ୍ମରେ ଲିଡ଼୍‍ ରୋଲ୍‌ ଦେବା ଆଳରେ ତାଙ୍କର ଯୌନ ଶୋଷଣ କରିଥିଲେ।ଏହି ମାମଲା ନ୍ୟାୟାଳୟକୁ ମଧ୍ୟ ଯାଇଥିଲା,ହେଲେ ମଧୁର ଭଣ୍ଡାରକରଙ୍କୁ କୋର୍ଟ ଦୋଷମୁକ୍ତ ଘୋଷଣା କରିଥିଲେ।



from ମନୋରଞ୍ଜନ – Sambad https://ift.tt/2OGwDl1

Post a Comment

0Comments
Post a Comment (0)