ପ୍ରିୟଙ୍କାଙ୍କ ଉପରେ ନିକ୍‌ ଫିଦା କାହିଁକି? ଜାଣନ୍ତୁ କାରଣ

zisanmohammad
0
ପ୍ରିୟଙ୍କାଙ୍କ ଉପରେ ନିକ୍‌ ଫିଦା କାହିଁକି? ଜାଣନ୍ତୁ କାରଣ

ଆଜିକାଲି ବଲିଉଡ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ ଗାୟକ ନିକ୍‌ ଜୋନ୍‌ସଙ୍କ ପ୍ରେମକାହାଣୀ ଖୁବ୍‌ ଚର୍ଚ୍ଚାରେ ରହିଛି। ବିଗତ କିଛି ମାସ ଧରି ଏ ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ମଝିରେ ଆଉ ଏକ ଖବର ବି ଆସିଲା ଯେ ପ୍ରିୟଙ୍କା ଓ ନିକ୍‌ଙ୍କର ଏନ୍‌ଗେଜ୍‌ମେଣ୍ଟ୍‌ ବି ହୋଇଯାଇଛି। ସେ ଦୁହେଁ ଅକ୍ଟୋବର ମାସରେ ବାହା ହେବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ନିକଟରେ ଆଉ ଏକ ଖବର ଶୁଣିବାକୁ ମିଳିଥିଲା ଯେ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନ୍‌ସ ଗୋଟିଏ ଗୀତରେ ଏକାଠି ଅଭିନୟ କରିବେ। ଖାଲି ସେତିକି ନୁହେଁ, ଏହି ଗୀତରେ ବି  ପ୍ରିୟଙ୍କା ଓ ନିକ୍‌ କଣ୍ଠଦାନ କରିବେ।

ହେଲେ ଆପଣ କ’ଣ ଜାଣନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ଉପରେ କେଉଁ କାରଣରୁ ନିକ୍‌ ଜୋନ୍‌ସ ଭାରି ଫିଦା। ନିକ୍‌ଙ୍କର ନିକଟତମ ସୂତ୍ରରୁ ଜଣାଯାଇଛି ଯେ,ନିକ୍‌ଙ୍କୁ ପ୍ରିୟଙ୍କା କେବଳ ସୁନ୍ଦରୀ ଲାଗନ୍ତିି ନାହିଁ ବରଂ ତାଙ୍କ ଭିତରେ ଥିବା ପ୍ରତିଭା ପାଇଁ ନିକ୍‌ ବେଶୀ ଆକର୍ଷିତ।

ପ୍ରିୟଙ୍କା ଚୋପ୍ରାଙ୍କ ଭିତରର ଯାଦୁ ଓ ତାଙ୍କର ବୁଦ୍ଧିମତ୍ତା ବି ନିକ୍‌ଙ୍କୁ ତାଙ୍କ ପ୍ରତି ଆକର୍ଷିତ ହେବାର ଅନ୍ୟତମ କାରଣ ବୋଲି କୁହାଯାଉଛି। ଆଉ ଏକ ବଡ଼ କଥା ହେଲା ନିକ୍‌ ଅନୁଭବ କଲେଣି ଯେ ତାଙ୍କର ସାଙ୍ଗ ଓ ବନ୍ଧୁବାନ୍ଧବଙ୍କ ସହିତ ପ୍ରିୟଙ୍କା ଖୁବ୍‌ ମେଳ ଖାଉଛନ୍ତି। ଏହା ତାଙ୍କ ପ୍ରତି ଥିବା ଆକର୍ଷଣକୁ ଦ୍ୱିଗୁଣିତ କରିଛି।



from ମନୋରଞ୍ଜନ – Sambad https://ift.tt/2AD5Gvx

Post a Comment

0Comments
Post a Comment (0)