
ନୂଆଦିଲ୍ଲୀ: ସିନେମାରେ ଆମେ ଯେଉଁ ଆକସନ୍ ସିନ୍ ଦେଖି ଥାଉ ତାହାକୁ ନକଲି ବୋଲି ଭାବିଥାଉ। କିନ୍ତୁ ଅନେକ ଥର ସୁଟିଂ ସମୟରେ କଳାକାରମାନଙ୍କୁ ଆକସନ୍ ସିନ୍ ସୁଟ୍ କଲା ବେଳେ ଆଘାତ ବି ଲାଗିଥାଏ, କଷ୍ଟ ବି ହୋଇଥାଏ। କିଛି ଏମିତି ହିଁ ୩୬ବର୍ଷ ପୂର୍ବେ ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ଘଟିଥିଲା। ସିନେମା ‘କୁଲି’ର ସୁଟିଂ ସମୟରେ ଅମିତାଭ ଏକ ବଡ଼ଧରଣର ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣା ଏତେ ବଡ଼ ଥିଲା କି ତାଙ୍କ ଜୀବନ ଚାଲିଯିବାର ଅନେକ ଅାଶଙ୍କା ଥିଲା। ଏହି ଘଟଣାକୁ ମନେ ପକାଇ ଅମିତାଭ ଗୁରୁବାର ଏକ ଟୁଇଟ କରି ଦୀର୍ଘ ୩୬ବର୍ଷ ତଳର ଘଟଣାକୁ ମନେପକାଇଛନ୍ତି।
ଅମିତାଭ ବଚ୍ଚନ ଯେଉଁ ସମୟରେ କୁଲିର ସୁଟିଂ କରୁଥିଲେ, ସେହି ସମୟରେ ଏକ ଫାଇଟ୍ ସିନ୍ କରୁକରୁ ସେ ଗୁରୁତର ଆହତ ହୋଇଥିଲେ। ଏହି ଫାଇଟ୍ ସିନ୍ରେ ଅଭିନେତା ପୁନିତ ଇଶାର ଅମିତାଭଙ୍କ ପେଟରେ ଏକ ପଞ୍ଚ ମାରିବାର ଥିଲା। ଭୁଲବଶତଃ ଏହି ପଞ୍ଚ ଏତେ ଜୋରରେ ଲାଗିଥିଲା କି ଅମିତାଭଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ୧୯୮୨ ମସିହା ଅଗଷ୍ଟ ୨ ତାରିଖରେ ଅର୍ଥାତ୍ ଆଜିର ଦିନରେ ଘଟିଥିଲା। ଅମିତାଭଙ୍କ ଟୁଇଟର ଜଣାପଡ଼ୁଛି କି ସେ ଆଜି ବି ସେଦିନର ଘଟଣାକୁ ଭୁଲି ପାରି ନାହାନ୍ତି।
T 2885 – To them that have sent greetings for my 2nd birthday Aug 2, a recovery from my Coolie accident, I send my gracious thanks .. it shall be difficult for me to acknowledge and thank all .. but I do know that it was your prayers that saved my life ..
— Amitabh Bachchan (@SrBachchan) August 1, 2018
ଯେଉଁ ଫ୍ୟାନମାନେ ୨ ଅଗଷ୍ଟକୁ ଅମିତାଭଙ୍କ ରିବାର୍ଥ ଡେ କହି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାନାୟକ ଅମିତାଭ ବଚ୍ଚନ ସେମାନଙ୍କୁ ଉପରୋକ୍ତ ଟୁଇଟ୍ କରି ଧନ୍ୟବାଦ ଜ୍ଞାପନ କରିଛନ୍ତି।
from ମନୋରଞ୍ଜନ – Sambad https://ift.tt/2OG5ezG