ଲୋକେ ‘କିକି ଚାଲେଞ୍ଜ୍‌’ ଜାରି ରଖିଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ: କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ

zisanmohammad
0
ଲୋକେ ‘କିକି ଚାଲେଞ୍ଜ୍‌’ ଜାରି ରଖିଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ: କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଜନପ୍ରିୟ ହୋଇ ଚାଲିଥିବା ‘କିକି ଚାଲେଞ୍ଜ୍‌’ ନାମରେ ପରିଚିତ ‘ଇନ୍‌ ମାଇଁ ଫିଲିଙ୍ଗ୍‌ସ୍‌’ ଚାଲେଞ୍ଜ୍‌ ନାମକ ବିପଜ୍ଜନକ ନାଚରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି।
ଲୋକେ ରାସ୍ତାରେ ଚଳନ୍ତା କାର୍‌ରୁ ଓହ୍ଲାଇପଡ଼ି କାର୍‌ ଚାଲୁଥିବା ଅବସ୍ଥାରେ ଗାୟକ ଡ୍ରେକ୍‌ଙ୍କ ହିଟ୍‌ ଗୀତ ‘ଇନ୍‌ ମାଇଁ ଫିଲିଙ୍ଗ୍‌ସ୍‌’ର ତାଳେ ତାଳେ ନୃତ୍ୟ କରିବା ଏବଂ ପୁଣି ଚଳନ୍ତା ଗାଡ଼ି ମଧ୍ୟକୁ ପଶିଯିବା ହେଉଛି ଏହି ଚାଲେଞ୍ଜ୍‌। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଏହି ବିଚିତ୍ର ଚାଲେଞ୍ଜ୍‌ ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଦୁର୍ଘଟନା ଘଟୁଥିବାରୁ କର୍ତ୍ତୃପକ୍ଷମାନେ ବଡ଼ ଚିନ୍ତାରେ ପଡ଼ି ଯାଇଛନ୍ତି।

ଗୁରୁବାର ଦିନ ପରମେଶ୍ୱର କହିଛନ୍ତି: ଏଇଟା ବଡ଼ ବିପଜ୍ଜନକ। ଆମେ ଚାହୁଁନାହୁଁ ଲୋକେ ରାସ୍ତାଘାଟରେ ମରନ୍ତୁ। ସେଥିପାଇଁ ହିଁ ଆମେ ଲୋକମାନଙ୍କୁ ଏଥିରୁ ନିବୃତ କରାଇବାକୁ ଚାହୁଁଛୁ। ଏହା ଆଇନ୍‌ସମ୍ମତ ନୁହେଁ। ତେଣୁ ତାହା ନ କରିବାକୁ ଆମେ ଲୋକଙ୍କୁ ଉପଦେଶ ଦେଉଛୁ। କିନ୍ତୁ, ଯଦି ସେମାନେ ନାଚିବେ, ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ବେଙ୍ଗାଲୁରୁ ପୁଲିସ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇ ଲୋକମାନଙ୍କୁ ରାସ୍ତାଘାଟରେ ନ ନାଚିବାକୁ କହିଛି। ଏକ ଟୁଇଟ୍‌ରେ ପୁଲିସ ବିଭାଗ ତରଫରୁ କୁହାଯାଇଛି: କିକି ଚାଲେଞ୍ଜ୍‌ ପାଇଁ ଯଦି ଆପଣମାନେ ରାସ୍ତାରେ ନାଚିବେ, ଆମେ ଆପଣଙ୍କୁ ହାଜତରେ ନଚାଇବୁ!

ପୁଲିସ କହିଛି ଯେ ଏହା କେବେଳ ନୃତ୍ୟକାରୀଙ୍କ ପ୍ରତି ଏହା ବିପଦର କାରଣ ସାଜୁ ନାହିଁ, ଟ୍ରାଫିକ୍‌ ନିୟମ ମଧ୍ୟ ଉଲ୍ଲଂଘନ କରୁଛି। ଏହା ଆଇନ୍‌ ଅନୁଯାୟୀ ଏହା ଦଣ୍ଡନୀୟ।



from ଦେଶ- ବିଦେଶ – Sambad https://ift.tt/2ODEI9X

Post a Comment

0Comments
Post a Comment (0)