ନାବାଳିକାଙ୍କୁୁ ଦୁଷ୍କର୍ମ ଉଦ୍ୟମ:ବିରୋଧ କରିବାରୁ କଟୁରି ଚୋଟ

zisanmohammad
0
ନାବାଳିକାଙ୍କୁୁ ଦୁଷ୍କର୍ମ ଉଦ୍ୟମ:ବିରୋଧ କରିବାରୁ କଟୁରି ଚୋଟ

ବିଂଝାରପୁର: ଜଣେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ବିଚ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ କରାଯାଇଛି। ଏହାକୁ ବିରୋଧ କରିବାରୁ ଛାତ୍ରୀଙ୍କୁ କଟୁରି ଚୋଟ ଖାଇବାକୁ ପଡ଼ିଛି। ଏଭଳି ନୃଶଂସ କାଣ୍ଡ ଘଟିଛି ବିଂଝାରପୁର ଅଞ୍ଚଳରେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏବେ ବିଂଝାରପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସଂପୃକ୍ତ ଯୁବକ ଫେରାର ହୋଇଯାଇଛି। ଏନେଇ ବିଂଝାରପୁର ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ତଦନ୍ତ ଜାରି ରଖିଛି ପୁଲିସ। ଖବର ଅନୁଯାୟୀ ବିଂଝାରପୁର ଥାନା ଘଣ୍ଟିଆଳୀ ଅଞ୍ଚଳର ଜଣେ ଦଶମଶ୍ରେଣୀ ଛାତ୍ରୀ ବୁଧବାର ଅପରାହ୍ଣରେ ନିକଟସ୍ଥ ଗ୍ରାମକୁ ଟ୍ୟୁସନ ହେବାକୁ ଯାଉଥିବାବେଳେ ଯାଜପୁର ଥାନା ସାନସୁଆର ପଞ୍ଚାୟତ ଅରଡପାଳ ଗ୍ରାମର କୈଳାସ ଯେନାଙ୍କ ପୁଅ ରାକେଶ ଯେନା ଓରଫ କୁଳିଆ (୨୦) ନାବାଳିକା ଜଣକୁ ଏକୁଟିଆ ପାଇ ଟଣାଓଟରା କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା ।

ନାବାଳିକା ଜଣକ ବିରୋଧ କରିବାରୁ କୁଳିଆ ଏକ କଟୁରିରେ ନାବାଳିକାକୁ ମରଣାନ୍ତକ ଆକ୍ରମଣ କରିଥିଲା । କଟୁରି ଚୋଟରେ ନାବାଳିକାର ବାମପାର୍ଶ୍ୱ ଗିରି ନିକଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏ ନେଇ ପୀଡିତା ଜଣକ ବିଂଝାରପୁର ଥାନାରେ ବୁଧବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବିଂଝାରପୁର ପୁଲିସ ୧୭୫/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଅଭିଯୁକ୍ତକୁ ଧରିବାପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

ଅଭିଯୁକ୍ତ କୁଳିଆ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଥାନା ଅଧିକାରୀ ସୂଚୀତ୍ରବୀଯ୍ୟର୍ ଦାସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଖୁବଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତିି। ବିଜେପି ଜିଲ୍ଲା ସଭାନେତ୍ରୀ ବବିତା ମଲିକ ପୀଡିତା ଓ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅଭିଯୁକ୍ତ ବିରୋଧରେ ଦୃଢ଼ କାଯ୍ୟର୍ାନୁଷ୍ଠାନ ନେବାକୁ ବିଂଝାରପୁର ପୁଲିସ ନିକଟରେ ଦାବି କରିଛନ୍ତି ।



from ଜିଲ୍ଲା – Sambad https://ift.tt/2Ko1q2G

Post a Comment

0Comments
Post a Comment (0)