ଛୋରିଆଗଡ଼ ମୁଖ୍ୟ ରାସ୍ତା ଶୋଚନୀୟ

zisanmohammad
0
ଛୋରିଆଗଡ଼ ମୁଖ୍ୟ ରାସ୍ତା ଶୋଚନୀୟ

ଛୋରିଆଗଡ଼: କଳହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଛୋରିଆଗଡ଼ ମୁଖ୍ୟ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତାରେ ୧୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି। ଏହି ରାସ୍ତା ଛୋରିଆଗଡ ଓ ବଣ୍ଡାକୁଟ୍ରା ସଂଯୋଗ କରୁଛି। ମୁଖ୍ୟ ରାସ୍ତା କଟି ଯାଇଥିବା ଯୋଗୁଁ ଲୋକଙ୍କୁ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଗର୍ଭବତୀ, ପ୍ରସୂତି କିମ୍ବା ଅନ୍ୟ କୌଣସି ରୋଗୀଙ୍କୁ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଜରିଆରେ ଡାକ୍ତରଖାନାକୁ ନେବାକୁ ହେଲେ ଲୋକେ ବହୁତ ହଇରାଣ ହରକତ ହେବାକୁ ପଡୁଛି। ଗ୍ରାମବାସୀ ରାସ୍ତା ନିର୍ମାଣ ନେଇ ଅନେକ ଦିନର ଅଭିଯୋଗ ପରେ ଗତ ଜୁନ ମାସରେ ଏହି ରାସ୍ତାରେ ପଞ୍ଚାୟତ କର୍ତ୍ତୃପକ୍ଷ ମୁରୁମ ପକାଇ ରାସ୍ତା ନିର୍ମାଣ କରିଥିଲେ। ବର୍ଷା ଯୋଗୁଁ ମୁରୁମ ଧୋଇ ହୋଇ ଯିବା ସହିତ ରାସ୍ତାରେ କାଦୁଅ ଜମିି ରହିଛି। ଫଳରେ ଲୋକେ ଚାଲିଯିବା ପାଇଁ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ଷା ଛାଡ଼ି ଅନେକ ଦିନ ବିତି ଯାଇଥିଲେ ସୁଦ୍ଧା ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ କେହି ମଧ୍ୟ ରାସ୍ତା ନିର୍ମାଣ ଦିଗରେ ମୁହଁ ଖୋଲୁନଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ତୁରନ୍ତ ଏହି ରାସ୍ତା ନିର୍ମାଣ ନକଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଛୋରିଆଗଡ଼ ସରପଞ୍ଚ ବବିତା ଗୁରୁଙ୍କୁ ପଚାରିବାରୁ ତୁରନ୍ତ ଏହି ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ।



from ଜିଲ୍ଲା – Sambad https://ift.tt/2LUR5zU

Post a Comment

0Comments
Post a Comment (0)