ଜଷ୍ଟିସ ଯୋଶେଫଙ୍କ ନାମକୁ ଗ୍ରହଣ କଲେ ସରକାର, ଜଷ୍ଟିସ ଶରଣ, ଇନ୍ଦିରା ବାନାର୍ଜୀଙ୍କୁ ପଦୋନ୍ନତି

zisanmohammad
0
ଜଷ୍ଟିସ ଯୋଶେଫଙ୍କ ନାମକୁ ଗ୍ରହଣ କଲେ ସରକାର, ଜଷ୍ଟିସ ଶରଣ, ଇନ୍ଦିରା ବାନାର୍ଜୀଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏମ୍‌. ଯୋଶେଫ୍‌ଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ କଲେଜିୟମ ସୁପାରିସକୁ ଆଜି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଯୋଶେଫ୍‌ଙ୍କୁ ପଦୋନ୍ନତି ଦେବାପାଇଁ ସରକାରଙ୍କ ଟାଳଟୁଳ ନୀତି ସତ୍ତ୍ୱେ କଲେଜିୟମର ପୁନଃ ସୁପାରିସ ପରେ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିବା କୁହାଯାଉଛି। ଏହି ମାମଲାକୁ ନେଇ ଦୀର୍ଘ ୬ ମାସ ଧରି ନ୍ୟୟପାଳିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି କଲେଜିୟମ ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଜଷ୍ଟିସ୍‌ ଯୋଶେଫଙ୍କ ସମେତ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନିତ ଶରଣଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେଇଛନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଜଷ୍ଟିସ୍‌ ଯୋଶେଫ୍‌ଙ୍କ ନାମକୁ ଜାନୁଆରି ୧୦ରେ ସୁପାରିସ କରିଥିଲେ। ତେବେ ଏପ୍ରିଲ ୩୦ ତାରିଖରେ କେନ୍ଦ୍ର ସରକାର ଏହି ସୁପାରିସ୍‌କୁ ଫେରାଇ ଦେଇଥିଲେ ଏବଂ ବରିଷ୍ଠତା ଭିତ୍ତିରେ ତାଙ୍କ ନିଯୁକ୍ତି ଯୁକ୍ତଯୁକ୍ତ ହେବନାହିଁ ବୋଲି ଦର୍ଶାଇଥିଲେ। ଏହାପରେ କଲେଜିୟମ ପୁଣି ଥରେ ଜଷ୍ଟିସ୍‌୍‌ ଯୋଶୋଫ୍‌ଙ୍କ ନାମ ସହିତ ଅନ୍ୟ ୨ ଜଣ ବିଚାରପତିଙ୍କ ନାମ ଜୁଲାଇ ୨୦ ତାରିଖରେ ସୁପାରିସ୍‌ କରିଥିଲେ। କିନ୍ତୁ ସେତେବେଳେ କଲେଜିୟମ ଜଷ୍ଟିସ୍‌ ଶରଣ ଏବଂ ବାନାର୍ଜୀଙ୍କ ନାମ ମଧ୍ୟ ପଦୋନ୍ନତି ନିମନ୍ତେ ସୁପାରିସ କରାଯାଇଥିଲା।



from ଦେଶ- ବିଦେଶ – Sambad https://ift.tt/2vd3eGZ

Post a Comment

0Comments
Post a Comment (0)