ମହାନଦୀ ପ୍ରସଙ୍ଗ: ଏଡ଼ାଇଗଲେ କେନ୍ଦ୍ରମନ୍ତ୍ରୀ

zisanmohammad
0
ମହାନଦୀ ପ୍ରସଙ୍ଗ: ଏଡ଼ାଇଗଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ କାରଣରୁ ଓଡ଼ିଶାରେ ଜଳପ୍ରବାହ ପ୍ରଭାବିତ ହେବା ପ୍ରସଙ୍ଗକୁ ଆଜି ସଂସଦରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଏଡ଼ାଇ ଯାଇଛନ୍ତି। ମହାନଦୀ ଉପରମୁଣ୍ଡରେ କେତେ ସଂଖ୍ୟକ ବ୍ୟାରେଜ ନିର୍ମାଣ କରାଯାଇଛି ଓ ଜଳପ୍ରଭାବ ପ୍ରଭାବିତ ହେବା ପ୍ରସଙ୍ଗରେ ଜଗତସିଂହପୁର ସାଂସଦ ଡ. କୁଳମଣି ସାମଲ ଏକ ଅଣତାରକା ପ୍ରଶ୍ନ ପଚାରିିଥିଲେ।

ଏହାର ଲିଖିତ ଉତ୍ତରରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଏ ରାମ ମେଘଓ୍ଵାଲ କହିଛନ୍ତି, ଛତିଶଗଡ଼ ସରକାରଙ୍କ ସୂଚନା ଅନୁସାରେ, ଗତ ତିନି ବର୍ଷ ମଧ୍ୟରେ ମହାନଦୀ ଉପରେ ଚାରିଟି ବ୍ୟାରେଜ ନିର୍ମାଣ ହୋଇଛି। ସେଗୁଡିକ ହେଲା, ସମୋତା, ବସନ୍ତପୁର, ମିରୋନୀ ଓ କଲମା। ଅନ୍ୟ ଦୁଇଟି ବ୍ୟାରେଜ୍‌ ଶିବ ନାରାୟଣ ନିର୍ମାଣ କାର୍ଯ୍ୟ ୮୦.୨୭ ପ୍ରତିଶତ ଓ ସାରଡିହ ବ୍ୟାରେଜର ନିର୍ମାଣ କାର୍ଯ୍ୟ ୯୦.୦୮ ପ୍ରତିଶତ ଶେଷ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ୨୦୧୬ ନଭେମ୍ବର ୧୧ ତାରିଖରେ କେନ୍ଦ୍ର ସରକାରଙ୍କ ନିକଟରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପାଇଁ ଅଭିଯୋଗ ପିଟିସନ୍‌ ଦାଖଲ କରିଥିଲେ। ସେଥିରେ ଛତିଶଗଡ଼ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ୟାରେଜ ଯୋଗୁଁ ୦.୮୪ ମିଲିୟନ୍‌ ଏକର ଫୁଟର ନିୟୋଜିତ ଯୋଜନା କାରଣରୁ ପ୍ରତିକୂଳ ପ୍ରଭାବ ପଡିବ ବୋଲି କୁହାଯାଇଥିଲା। କେବଳ ସେତିକି ନୁହେଁ, ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ତଥା ଭବିଷ୍ୟତରେ ପ୍ରକଳ୍ପ ପାଇଁ ଅନୁମତି ନ ଦେବା ଲାଗି କୋର୍ଟରେ ଆବେଦନ ହୋଇଥିଲା। ଗତ ଜାନୁଆରି ୧ରେ କୋର୍ଟ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ପାଇଁ ବିଜ୍ଞପ୍ତି ଜାରି କରିସାରିଛନ୍ତି।ମାମଲା ବର୍ତମାନ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2ACHysQ

Post a Comment

0Comments
Post a Comment (0)