
ମସ୍କୋ: ଆଉ ମାତ୍ର ଗୋଟିିଏ ଦିନର ବ୍ୟବଧାନ ପରେ ଖେଳାଯିବ ଫିଫା ବିଶ୍ୱକପ୍। ପ୍ରତି ଥର ଭଳି ଏଥର ବି ପ୍ରଶଂସକଙ୍କ ଉତ୍ସାହର ମାଧ୍ୟମ ହେବ ସଂଗୀତ ଓ ବାଦ୍ୟ। ଫୁଟ୍ବଲ୍ ଦେଖିବା ସହିତ ନିଜ ପସନ୍ଦର ଦଳ ଓ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ରୁଷିଆ ବିଶ୍ୱକପ୍ରେ ବି ପ୍ରଶଂସକମାନେ ବ୍ୟବହାର କରିବେ ସ୍ଥାନୀୟ ସଂଗୀତ ସ୍ୱରର ମାଧ୍ୟମ। ରୁଷୀୟ ଲୋକ ସଂଗୀତରେ ବେଶ ପରିଚିତ ତିନିଟି କାଠ ଚାମଚକୁ ନେଇ ପ୍ରସ୍ତୁତ ଏହାର ନାମ ହେଉଛି ‘ଲୋଝାସ୍’। ଦୁଇଟି ଚାମଚ ପଛକୁ ପଛ ବନ୍ଧା ହୋଇଥିବା ବେଳେ ଅନ୍ୟଟି ପିଟି ହେଉଥିବ। ଏହାକୁ ଆନୁଷ୍ଠାନିକ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସଙ୍କେତ ଦିଆଯାଇଛି। ଏହାର ନିର୍ମାତା ରୁସ୍ତମ୍ ନୁଗମାନୋଭ୍ଙ୍କୁ ସରକାରୀ ସମର୍ଥନ ମଧ୍ୟ ମିଳିଛି। ‘ବିଜୟର ଚାମଚ’ ଭାବେ ଏହାକୁ ମଧ୍ୟ ଆନୁଷ୍ଠାନିକ ସରଞ୍ଜାମର ସ୍ୱୀକୃତି ମିଳିଛି। ୮ ବର୍ଷ ତଳେ ୨୦୧୦ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ରେ ଭୁୁଭୁଜେଲା ତୁରୀ ବେଶ ଲୋକପ୍ରିୟ ଏବଂ ଆଦୃତ ହୋଇଥିଲା ବିଶ୍ୱବ୍ୟାପୀ। ଏହାକୁ ଲୋଝାସ୍ ଟପି ଯିବ ବୋଲି ଆଶାବାଦୀ ରହିଛି ରୁଷିଆ। କିନ୍ତୁ ଏହି ଚାମଚ ବାଦ୍ୟର ଲୟ ସାମାନ୍ୟ ନିରବ ରହିବ ଭୁଭୁଜେଲା ତୁଳନାରେ। ଆମେ ଯେତେବେଳେ ପାରମ୍ପରିକ ରୁଷୀୟ ସରଞ୍ଜାମ ବାଛିଥିଲୁ ସେତେବେଳ ରୁଷୀୟ ସଂସ୍କୃତି ମୂଲ୍ୟର ପ୍ରତିଫଳନ ଦେଖିଥିଲୁ ବୋଲି କହିଛନ୍ତି। ଭୁଭୁଜେଲା ଭଳି ଅହରହ ବାଜି ଉଠିବା ବଦଳରେ ଆମେ ଏହାକୁ ଶାନ୍ତ ସ୍ୱଭାବର କରିବାକୁ ବାଛିଛୁ ବୋଲି କହିଥିଲେ ରୁସ୍ତମ। ଏପରିକି ୪ ବର୍ଷ ତଳେ ବ୍ରାଜିଲ୍ରେ ବ୍ୟବହୃତ କାକ୍ସିରୋଲା ମଧ୍ୟ ଉଚ୍ଚ ସ୍ୱରର ଥିଲା। ଏଥି ପାଇଁ ଆମେ ଚାମଚକୁ ବାଛିଛୁ ବୋଲି କହିଥିଲେ ରୁସ୍ତମ।
from ଖେଳ – Sambad https://ift.tt/2JK2bTV