୧୦ ନମ୍ବର ଜର୍ସିର ଖ୍ୟାତି:ତଥ୍ୟ: ଜଣା ଅଜଣା

zisanmohammad
0
୧୦ ନମ୍ବର ଜର୍ସିର ଖ୍ୟାତି:ତଥ୍ୟ: ଜଣା ଅଜଣା

ଆଇସ୍‌ଲାଣ୍ଡ୍‌ ହେଉଛି ସବୁଠୁ ଛୋଟ ଦେଶ ଏଥର ବିଶ୍ୱକପ୍‌ ଆସିଛି। ଏହାର ଜନସଂଖ୍ୟା ମାତ୍ର ୩, ୩୪,୦୦୦।
ମସ୍କୋ: ଫୁଟ୍‌ବଲ୍‌ରେ ୧୦ ନମ୍ବର ଜର୍ସିର ସ୍ୱତନ୍ତ୍ର ଖ୍ୟାତି ରହିଛି। ଦଳର ଶ୍ରେଷ୍ଠ ଖେଳାଳିଙ୍କୁ ସାଧାରଣତଃ ମିଳିଥାଏ ଏହି ଜର୍ସି ପରିଧାନର ସୁଯୋଗ। ଦଳରେ ବି ଏହି ଖେଳାଳିଙ୍କ ଗୁୁରୁତ୍ୱ ସବୁଠାରୁ ଅଧିକ। ଏକା ଏକା ମ୍ୟାଚ୍‌ ଜିତାଇବାର ଦକ୍ଷତା ରଖନ୍ତି ଏବଂ ଦଳରେ ଛାଡ଼ିଥାନ୍ତି ନିଜ ପ୍ରଭାବ। ଆଉ ଯଦି ସେମାନଙ୍କର ଖରାପ ଦିନ ବିତେ ଦଳ ବି ହାରିଯାଏ ମୁକାବିଲା। ଏହାର ଉଦାହରଣ ରହିଛି ଅନେକ। ଫୁଟ୍‌ବଲ୍‌ ବି ଏହି ଜର୍ସିର ଖ୍ୟାତିକୁ ବଢ଼ାଇଛି ବର୍ଷ ବର୍ଷ ଧରି। ୧୦ ନମ୍ବରକୁ ଏକ ସାଧାରଣ ସଂଖ୍ୟାରୁ ଅସାଧାରଣ ଗୌରବ ମିଳିଛି। ଏହି ମର୍ଯ୍ୟାଦାଜନକ ଜର୍ସି ପରିଧାନ ପାଇଁ ବି ଅନେକ ଖେଳାଳି ଦେଖିଥାନ୍ତି ସ୍ୱପ୍ନ।
୧୦ ନମ୍ବର ଜର୍ସି ପରିଧାନ କରି ବିଶ୍ୱ ଫୁଟ୍‌ବଲ୍‌ରେ ସୁଖ୍ୟାତି ଅର୍ଜନ କରିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଡିଏଗୋ ମାରାଡୋନା, ପେଲେ, ଜିନେଦିନ୍‌ ଜିଦାନ୍‌, ଲିଓନେଲ୍‌ ମେସି, ଫ୍ରାନସେସ୍କୋ ଟୋଟି, ମାଇକେଲ୍‌ ପ୍ଲାଟିନି, ରବର୍ଟ ବାଜିଓ, ନେମାର ଜୁନିୟର୍‌, ରୋନାଲ୍‌ଡିନୋ, େଓ୍ଵନ୍‌ ରୁନି ଓ ସଂପ୍ରତି ଫ୍ରାନ୍ସ ଦଳର ଯୁବ ତାରକା ପଲ୍‌ ପୋଗ୍‌ବା ପ୍ରମୁଖ।
କିନ୍ତୁ ଫୁଟ୍‌ବଲ୍‌କୁ ଛାଡ଼ି ଯଦି ବିଶ୍ୱ କ୍ରୀଡ଼ା ଦୁନିଆ କଥା ଦେଖିବା ତେବେ ଭାରତୀୟ କ୍ରିକେଟ୍‌ର ସଚିନ ତେନ୍ଦୁଲକର ବି ରହିବେ ସବୁଠୁ ଆଗରେ। କ୍ରିକେଟ୍‌ରେ ୧୦ ନମ୍ବର ଜର୍ସିର ପରମ୍ପରା ନାହିଁ ସତ୍ୟ କିନ୍ତୁ ‘କ୍ରିକେଟ୍‌ର ଭଗବାନ’ ଭାବେ ପରିଚିତ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏହି ଖେଳର ସବୁଠୁ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌। ସବୁ ଫର୍ମାଟରେ ସର୍ବାଧିକ ରନ୍‌ ଓ ୧୦୦ ଅନ୍ତର୍ଜାତୀୟ ଶତକ ସହିତ ଏକାଧିକ କୀର୍ତିମାନ ରହିଛି ତାଙ୍କ ନାମରେ ଯାହା ନିକଟ ଭବିଷ୍ୟତରେ ଭାଙ୍ଗିବାର ସମ୍ଭାବନା ନାହିଁ। ସଚିନଙ୍କ ଅବସର ପରେ ବିସିସିଆଇ ମଧ୍ୟ ଅଣଆନୁଷ୍ଠାନିକ ଭାବେ ଜର୍ସି ନମ୍ବର ୧୦କୁ କାହାରିକୁ ଦେବ ନାହିଁ ଘୋଷଣା କରି ସାରିଛି।



from ଖେଳ – Sambad https://ift.tt/2Jw3ZEd

Post a Comment

0Comments
Post a Comment (0)