ଆଉ ୧ ଦିନ:ରମଜାନ୍‌ ପାଇଁ ଅଡ଼ୁଆରେ ମୁସଲିମ୍‌ ଖେଳାଳି

zisanmohammad
0
ଆଉ ୧ ଦିନ:ରମଜାନ୍‌ ପାଇଁ ଅଡ଼ୁଆରେ ମୁସଲିମ୍‌ ଖେଳାଳି

ମସ୍କୋ: ସାଧାରଣତଃ ଫୁଟ୍‌ବଲ୍‌ ଖେଳାଳିଙ୍କ ପାଇଁ ଆହତ ସମସ୍ୟା ନୂଆ ନୁହେଁ। କିନ୍ତୁ ରୁଷିଆ ବିଶ୍ୱକପ୍‌ ପୂର୍ବରୁ ବିଭିନ୍ନ ଦଳର ମୁସଲିମ୍‌ ଖେଳାଳିମାନେ ଅଡ଼ୁଆରେ ପଡ଼ିଛନ୍ତି ଚଳିତ ରମଜାନ୍‌ ମାସକୁ ନେଇ। ମୁସଲମାନ ଧର୍ମାବଲମ୍ବୀ ଲୋକଙ୍କ ଏହି ପବିତ୍ର ମାସରେ ସେମାନେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ କରିଥାନ୍ତି। ଏହି ସମୟ ମଧ୍ୟରେ ପ୍ରସ୍ତୁତି ଶିବିରରେ ଯୋଗଦେବା ଏବଂ ଅଭ୍ୟାସ ମ୍ୟାଚ୍‌ ଖେଳିବା ସେମାନଙ୍କ ପାଇଁ ଅଡ଼ୁଆ ହୋଇଛି। ନିର୍ଜଳ ଉପବାସ ରହିବା ବିଧି କାରଣରୁ ଅଭ୍ୟାସ ମ୍ୟାଚ୍‌ ବେଳେ ପାଣି ପିଇବାଠାରୁ ଦୂରେଇ ରହି ଏକାଧିକ ଖେଳାଳି ମଧ୍ୟ ଅସୁବିଧାରେ ପଡ଼ିଛନ୍ତି। ଟ୍ୟୁନିସିଆ ଗୋଲରକ୍ଷକ ମୌଏଜ ହାସେନ୍‌ ଦୁଇ ଥର ଅଭ୍ୟାସ ମ୍ୟାଚ୍‌ ବେଳେ ପଡ଼ିଯିବାର ଦୃଶ୍ୟ ନଜରକୁ ଆସିଛି। କେବଳ ଟ୍ୟୁନିସିଆ ନୁହେଁ ଆଫ୍ରିକାରୁ ଆସିଥିବା ସମସ୍ତ ୫ ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି ପ୍ରସ୍ତୁତି ଅବସରରେ।

ଇଜିପ୍ଟ, ମରକ୍କୋ, ସେନେଗାଲ୍‌ ଏବଂ ନାଇଜେରିଆ ସହିତ ଦୁଇ ଏସୀୟ ଦେଶ ସାଉଦି ଆରବ ଓ ଇରାନ୍‌ ମଧ୍ୟ ରମଜାନ୍‌ ମାସ ଉପବାସକୁ ନେଇ ଅସୁବିଧାରେ ପଡ଼ିଛନ୍ତି। ଆଫ୍ରିକାରୁ ଆସିଥିବା ଦୁଇ ବଡ଼ ଖେଳାଳି ଇଜିପ୍ଟର ମହମ୍ମଦ ସଲାହ ଏବଂ ସେନେଗାଲ୍‌ର ସାଦିଓ ମାନେଙ୍କ ପ୍ରସ୍ତୁତି ବଧ୍ୟ ବାଧାପ୍ରାପ୍ତ ହୋଇଛି। ଏହା ଆମ ପାଇଁ ଏକ ଆହ୍ଵାନ ଭଳି ବୋଲି କହିଛନ୍ତି ଇଜିପ୍ଟ ଦଳ ଡାକ୍ତର ମହମ୍ମଦ ଅବୌଲେଲା। ଶୋଇବା, ଖାଇବାରେ ଆମକୁ ଅନେକ କିଛି ପରିବର୍ତନ କରିବାକୁ ପଡ଼ୁଛି। କିନ୍ତୁ ଗୁରୁବାର ରମ୍‌ଜାନ ଶେଷ ହେଉଥିବାରୁ ବିଶ୍ୱକପ୍‌ ଜୋର ନେବା ବେଳକୁ ଏହି ସମସ୍ୟା ଦୂର ହୋଇଯାଇଥିବ। କିନ୍ତୁ ସେହି ଗୁରୁବାରଠାରୁ ବିଶ୍ୱକପ୍‌ ଆରମ୍ଭ ହେଉଥିବାବେଳେ ଉଦଘାଟନୀ ମ୍ୟାଚ୍‌ରେ ରୁଷିଆ-ସାଇଦି ଆରବ ମୁକାବିଲା ରହିଛି। ଦ୍ୱିତୀୟ ଦିବସରେ ଶୁକ୍ରବାର ମଧ୍ୟ ଇଜିପ୍ଟ-ମରକ୍କୋ ଖେଳିବା କାର୍ଯ୍ୟକ୍ରମ ରହିଛି। ଏହି ଦୁଇ ମ୍ୟାଚ୍‌ ମୁସଲମାନ୍‌ ଖେଳାଳିଙ୍କ ପାଇଁ ଚିନ୍ତାର କାରଣ ହୋଇଛି।



from ଖେଳ – Sambad https://ift.tt/2MlV71u

Post a Comment

0Comments
Post a Comment (0)