କଟକ: ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

zisanmohammad
0
କଟକ: ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କଟକ: ସୁନା କାରବାର କରୁଥିବା ଏକ ସଂସ୍ଥାରେ କାର୍ଯ୍ୟରତ ଏକ ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ପୀଡ଼ିତାଙ୍କ ପରିବାରଙ୍କ ପକ୍ଷରୁ ମଙ୍ଗଳବାର ମହିଳା ଥାନାରେ ଅଭିଯୋଗ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି। ଅଭିଯୋଗ ହୋଇଥିବା ଏତଲାରୁ ଜଣାପଡ଼ିଛି ଯେ, ପୀଡ଼ିତା ଜଣକ ଗର୍ଭବତୀ ଅଛନ୍ତି।

ସୂଚନା ଅନୁସାରେ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣ ନଗର ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକା ସୁନା ବନ୍ଧକ କାରବାର କରୁଥିବା ଏକ ସଂସ୍ଥାରେ କାମ କରନ୍ତି। ନାବାଳିକା ଯେଉଁ ସଂସ୍ଥାରେ କାମ କରନ୍ତି, ସେଠାରେ କାର୍ଯ୍ୟରତ ୪୨ ମୌଜା ଅଞ୍ଚଳର ପପୁନ ନାମରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ଡ୍ୟୁଟି କରନ୍ତି। ଏହାରି ଭିତରେ ସିକ୍ୟୁରିଟି ଗାର୍ଡ ଜଣକ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଛନ୍ତି। ପୀଡ଼ିତା ଗର୍ଭବତୀ ହେବା ପରେ ସୁରକ୍ଷା କର୍ମୀ ସଂପର୍କ ତୁଟାଇବାକୁ ଉଦ୍ୟମ କରିଥିଲା। ସେ ଘଟଣାକୁ ଅନ୍ୟତ୍ର ପ୍ରକାଶ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ନାବାଳିକା ଜଣକ ନିଜ ଜୀବନରେ ଘଟିଯାଇଥିବା ସମସ୍ତ ଘଟଣାକୁ ପରିବାରକୁ କହିବା ପରେ ଆଜି ସନ୍ଧ୍ୟାରେ ମହିଳା ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁୁଜୁ କରି ଘଟଣାର ତଦନ୍ତ କରୁଛି।



from ଅପରାଧ – Sambad https://ift.tt/2l7As4Q

Post a Comment

0Comments
Post a Comment (0)