ଲଭ-ସେକ୍ସ ଧୋକା: ପ୍ରେମିକାଙ୍କ ଭିଡିଓ ଭାଇରାଲ ଧମକ, ଯୁବକ ଗିରଫ

zisanmohammad
0
ଲଭ-ସେକ୍ସ ଧୋକା: ପ୍ରେମିକାଙ୍କ ଭିଡିଓ ଭାଇରାଲ ଧମକ, ଯୁବକ ଗିରଫ

ଭୁବନେଶ୍ୱର: ଫେସ୍‌ବୁକ୍‌ରେ ଯୁବତୀଙ୍କ ସହ ବନ୍ଧୁତ୍ୱ। ବନ୍ଧୁତ୍ୱରୁ ପ୍ରେମ। ଆଉ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ। ଶେଷରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ ଧମକ। ଏଭଳି ଏକ ଅଭିଯୋଗରେ ସହିଦନଗର ଥାନା ପୁଲିସ ପ୍ରେମିକକୁ ଗିରଫ କରିଛି। ସେ ହେଲା ୟୁନିଟ୍‌-୯ ଫ୍ଲାଟ୍‌ ଅଞ୍ଚଳର ସୂର୍ଯ୍ୟକାନ୍ତ ପରିଡ଼ା(୨୨)। ଗତ ୨୦୧୭ରେ ସୂର୍ଯ୍ୟକାନ୍ତ ରସୁଲଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କୁ ଫେସ୍‌ବୁକ୍‌ରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ। ଯୁବତୀ ଜଣଙ୍କ ସୂର୍ଯ୍ୟକାନ୍ତଙ୍କ ରିକ୍ୱେଷ୍ଟ ଗ୍ରହଣ ପରେ ପରସ୍ପର ଚାଟିଂ କରିଥିଲେ। ଚାଟିଂରୁ ଫୋନ୍‌ରେ ଘଣ୍ଟା ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ କଥାବାର୍ତା ହୋଇଥିଲା। ସମ୍ପର୍କ ବନ୍ଧୁତ୍ୱରୁ ପ୍ରେମ ଆଡ଼କୁ ଚାଲିଯାଇଥିଲେ। ପାଲରେ ପକାଇବା ପରେ ସୂର୍ଯ୍ୟକାନ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ପାଇଁ କହିଥିଲା। ହେଲେ ଯୁବତୀ ଜଣଙ୍କ ସୂର୍ଯ୍ୟକାନ୍ତ କଥାରେ ରାଜି ହୋଇ ନଥିଲେ। ଯୁବତୀଙ୍କୁ ରାଜି କରାଇବା ପାଇଁ ସୂର୍ଯ୍ୟକାନ୍ତ ବିବାହ କରିବ ବୋଲି କହିଥିଲା। ହେଲେ ଯୁବତୀ ସୂର୍ଯ୍ୟକାନ୍ତର ମନ୍ଦ ଉଦ୍ଦେଶ୍ୟ ବିଷୟରେ ଜାଣି ନଥିଲେ। ହଠାତ୍‌ ଦିନେ ସୂର୍ଯ୍ୟକାନ୍ତ ଯୁବତୀଙ୍କୁ ଘରକୁ ଡାକିଥିଲେ। ଏହି ସମୟରେ ସେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ତେବେ କିଛିଦିନ ପରେ ଯୁବତୀ ଜଣଙ୍କ ସୂର୍ଯ୍ୟକାନ୍ତଙ୍କୁ ବିବାହ କଥା କହିଥିଲେ। ହେଲେ ସେ ବିବାହ କରିବନି ବୋଲି ମନାକରି ଦେଇଥିଲା। ବାହାଘର କଥା କହିଲେ ଭିଡିଓ ଭାଇରାଲ୍‌ କରିଦେବ ବୋଲି ଧମକ ଦେଇଥିଲା। ଏନେଇ ଗତ ୩ ତାରିଖରେ ଯୁବତୀ ଜଣଙ୍କ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ରବିବାର ରାତିରେ ସୂର୍ଯ୍ୟକାନ୍ତ ଘରେଥିବା ଖବରପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।



from ଅପରାଧ – Sambad https://ift.tt/2t4sEEL

Post a Comment

0Comments
Post a Comment (0)