ମା’କୁ ପିଟିପିଟି ମାରିଦେଲା ପୁଅ, ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର

zisanmohammad
0
ମା’କୁ ପିଟିପିଟି ମାରିଦେଲା ପୁଅ, ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର

ଅନୁଗୁଳ: ଅଧର୍ମ ଓ ଅନ୍ୟାୟର ମାତ୍ରା ବଢ଼ି ଯାଇଛି। ନିଜ ଜିଦ ଓ କ୍ରୋଧକୁ ମଣିଷ ଆୟତ୍ତ କରିପାରୁ ନାହଁ। ଏଭଳି ଏକ ହୃଦୟ ବିଦାରକ ଘଟଣା ମଙ୍ଗଳବାର ଅନୁଗୁଳ ଜିଲ୍ଲାର ଜରପଡ଼ା ଥାନା ଅନ୍ତର୍ଗତ ମାଳିସାହିର ଉଗି ଗାଁରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମା’କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ପୁଅ ରଞ୍ଜନ ମାହାରକୁ ନମିଳିବାରୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି।
ମା’କୁ ହତ୍ୟା କରିବା ପରେ ପୁଅ ମୃତଦେହକୁ ଶ୍ମଶାନକୁ ନେଇ ଯାଇଥିଲା। ଶ୍ମଶାନରେ ମୃତଦେହକୁ ପୋଡ଼ି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ଶ୍ମଶାନ ଜୁଇରେ ମା’ର ମୃତଦେହ ପୋଡ଼ିବା ପୂର୍ବରୁ ପୁଲିସକୁ ସୂଚନା ମିଳି ସାରିଥିଲା। ଏହାପରେ ଅଭିଯୁକ୍ତ ପୁଅ ପୁଲିସ ଭୟରେ ଫେରାର ହୋଇ ଯାଇଛି। ସୂଚନା ମିଳିବା ପରେ ପୁଲିସ ଶ୍ମଶାନରେ ପହଞ୍ଚ ଦରପୋଡ଼ା ମୃତଦେହକୁ ଜବତ କରିଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ପୁଅକୁ ଗିରଫ କରିବା ପାଇଁ ଯୋଜନା କରୁଛି।



from ଅପରାଧ – Sambad https://ift.tt/2t40DNL

Post a Comment

0Comments
Post a Comment (0)