ପାକ୍‌ ଗୁଳିବର୍ଷାକୁ ପ୍ରତିହତ ପାଇଁ ମାଷ୍ଟର ପ୍ଲାନ୍‌

zisanmohammad
0
ପାକ୍‌ ଗୁଳିବର୍ଷାକୁ ପ୍ରତିହତ ପାଇଁ ମାଷ୍ଟର ପ୍ଲାନ୍‌

ଶ୍ରୀନଗର: ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାରେ ଗୁଳିବର୍ଷା ଜାରି ରଖିଥିବା ବେଳେ ସୀମାନ୍ତ ଗ୍ରାମଗୁଡ଼ିକରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ନିକଟରେ ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ପ୍ରାୟ ୪୦ ହଜାର ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଏବେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି। ଗୁଳିବର୍ଷାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଏଲଓସିରେ ୫ ହଜାର ୫ ଶହ ଭୂତଳ ବଙ୍କର ଓ ୨ଶହ କମ୍ୟୁନିଟି ହଲ ନିର୍ମାଣ କରାଯାଉଛି। ୧୫୩.୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ଚଳିତ ଆର୍ଥିକ ବର୍ଷରେ ହିଁ ଶେଷ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ରାଜୌରୀ ଜିଲ୍ଲାରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି। ରାଜ୍ୟର ୧୨୦ କିମି ଦୀର୍ଘ ସୀମା ଅଂଚଳରେ ମୋଟ ୫୧୯୬ଟି ବଙ୍କର ନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି। ସୁନ୍ଦରବନି, କିଲ୍ଲା ଦ୍ରହାଲ,ନୌସେରା, ଡୁଙ୍ଗି, ରାଜୌରୀ, ପଞ୍ଜଗ୍ରାନ, ମାଞ୍ଜାକୋଟେରେ ବଙ୍କର ନିର୍ମାଣ ହେଉଥିବା ଜଣାପଡ଼ିଛି। ସେହିଭଳି ପାକିସ୍ତାନର ଗୁଳିବର୍ଷା ସମୟରେ ସୀମାର ୦-୩ କିମି ଦୂରତାରେ ରହୁଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ୨୬୦ଟି କମ୍ୟୁନିଟି ବଙ୍କର ଓ ୧୬୦ଟି କମ୍ୟୁନିଟି ହଲ ନିର୍ମାଣ ହେଉଛି। ଏହିସବୁ ଅଞ୍ଚଳରେ ନିର୍ମାଣ କରାଯାଉଥିବା ସୁରକ୍ଷା କେନ୍ଦ୍ରଗୁଡ଼ିକରେ ଏକାବେଳକେ ୧୦ ହଜାର ଲୋକ ଆଶ୍ରୟ ନେଇପାରିବେ। ବ୍ୟକ୍ତିଗତ ଭାବେ ପରିବାର ପିଛା ବଙ୍କର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ସ୍କୁଲ, ହସ୍ପିଟାଲ, ପୁଲିସ ଷ୍ଟେସନ, ପୁଲିସ ପୋଷ୍ଟ, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଘର ଆଦି ନିକଟରେ କମ୍ୟୁନିଟି ହଲ ବ୍ୟବସ୍ଥା କରାଯାଉଛି। ଉଲ୍ଲେଖଯୋଗ୍ୟ, ସୀମାରେ ପାକିସ୍ତାନର ଗୁଳିବର୍ଷା ପାଇଁ ପ୍ରତିମାସରେ ହାରାହାରି ୧୫-୨୦ ଜଣ ସ୍ଥାନୀୟ ବାସିନ୍ଦା ଆହତ ହେଉଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି।



from ଦେଶ- ବିଦେଶ – Sambad https://ift.tt/2GYr2RM

Post a Comment

0Comments
Post a Comment (0)