ଦେଶର ପ୍ରଥମ ସ୍ମାର୍ଟ ଏକ୍ସପ୍ରେସ୍‌ େଓ୍ଵ ଲୋକାର୍ପିତ, ଦିଲ୍ଲୀ ପ୍ରଦୂଷଣ ହ୍ରାସ ପାଇବ

zisanmohammad
0
ଦେଶର ପ୍ରଥମ ସ୍ମାର୍ଟ ଏକ୍ସପ୍ରେସ୍‌ େଓ୍ଵ ଲୋକାର୍ପିତ, ଦିଲ୍ଲୀ ପ୍ରଦୂଷଣ ହ୍ରାସ ପାଇବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ-ମିରଟ୍‌ ଏକ୍ସପ୍ରେସ େଓ୍ଵ ଏବଂ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ େଓ୍ଵର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏହା ଦେଶର ପ୍ରଥମ ସ୍ମାର୍ଟ ଏକ୍ସପ୍ରେସ୍‌ େଓ୍ଵ। ବହୁ ପ୍ରତିିକ୍ଷୀତ ଏହି ଏକ୍ସପ୍ରେସ-େଓ୍ଵ କାର୍ଯ୍ୟକାରୀ ହେବା ପରେ ରାଜଧାନୀ ଦିଲ୍ଲୀର ସବୁଠୁ ବଡ଼ ଚିନ୍ତା ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଏହି ଏକ୍ସପ୍ରେସ େଓ୍ଵ ଦ୍ୱାରା ରାଜଧାନୀରେ ବାୟୁ ପ୍ରଦୂଷଣର ମାତ୍ରା ୨୭ ପ୍ରତିଶତ ପର୍ଯ୍ୟନ୍ତ ଏବଂ ଟ୍ରାଫିକ ସମସ୍ୟା ୪୧ ପ୍ରତିଶତ ନିୟନ୍ତ୍ରଣ ହୋଇପାରିବ ବୋଲି କୁହାଯାଇଛି। ଦିଲ୍ଲୀ-ମିରଟ ଏକ୍ସପ୍ରେସ େଓ୍ଵର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୯ କିମି ପର୍ଯ୍ୟନ୍ତ ରୋଡ ସୋ’ କରିଛନ୍ତି। ଦିଲ୍ଲୀ-ମିରଟ ଏକ୍ସପ୍ରେସ େଓ୍ଵ ୮୪୧ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ ସୌର ଶକ୍ତି ଉତ୍ପାଦନ ପାଇଁ ୬ଟି ସୋଲାର ପ୍ଲାଣ୍ଟ ଲାଗିଛି। ଦିଲ୍ଲୀ-ନୋଏଡା, ନିଜାମୁଦ୍ଦିନ ସେତୁରୁ ୟୁପି ସୀମା ଯାଏଁ ଏହି ରାଜପଥ ୬ ଲେନ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ଉଭୟ ପାର୍ଶ୍ୱ ରାସ୍ତା ୪ ଲେନ ବିଶିଷ୍ଟ। ଦିଲ୍ଲୀରୁ ମିରଟକୁ ଦିଲ୍ଲୀ ମଧ୍ୟ ଦେଇ ୪-୫ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ଏକ୍ସପ୍ରେସ େଓ୍ଵ କାର୍ଯ୍ୟକାରୀ ହେବା ପରେ ଏହି ରାସ୍ତାକୁ ୪୫ ମିନିଟରେ ଅତିକ୍ରମ କରିହେବ। ସେହିପରି ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ େଓ୍ଵ ୧୧ ହଜାର କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତି ୫ଶହ ମିଟର ବ୍ୟବଧାନରେ ବର୍ଷାଜଳ ଅମଳ ବ୍ୟବସ୍ଥା କରାଯାଇଛି। ରାସ୍ତାରେ ୩୬ଟି ଐତିହାସିକ କୀର୍ତ୍ତିରାଜି ଓ ୪୦ଟି କୃତ୍ରିମ ଝରଣା ରହିଛି। ସେହିଭଳି ରେକର୍ଡତମ ୫ଶହ ଦିନରେ ଏହି ସ୍ମାର୍ଟ ରାଜପଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ସ୍ମାର୍ଟ ଏକ୍ସପ୍ରେସ େଓ୍ଵରେ ରାସ୍ତା ପାର୍ଶ୍ୱରେ ବଗିଚା ସୃଷ୍ଟି କରାଯାଇଛି।



from ଦେଶ- ବିଦେଶ – Sambad https://ift.tt/2IQ4UPh

Post a Comment

0Comments
Post a Comment (0)