ଜାଣନ୍ତି ! ପ୍ରାକୃତିକ ‘ଭାଏଗ୍ରା’ ଭଳି କାମ କରେ ବିଟ୍‌

zisanmohammad
0
ଜାଣନ୍ତି ! ପ୍ରାକୃତିକ ‘ଭାଏଗ୍ରା’ ଭଳି କାମ କରେ ବିଟ୍‌

ବିଟ୍‌ ହେଉଛି ଏକ ସ୍ୱାସ୍ଥ୍ୟପ୍ରଦ ପରିବା। ଆପଣ ଏହାର ଉପକାରିତା ସଂପର୍କରେ ଜାଣିଲେ ପ୍ରତିଦିନ ବିଟ୍‌ ଖାଇବା ଆରମ୍ଭ କରିବେ।
ପ୍ରଥମ କଥା ହେଲା ବିଟ୍‌ ହେଉଛି ଏକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡେଣ୍ଟ୍‌। ଏହା ଶରୀରର ରକ୍ତରେ ଥିବା କୋଲେଷ୍ଟ୍ରଲ୍‌ ସ୍ତରକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ହୃଦ୍‌ଘାତ ରୁ ମଧ୍ୟ ରକ୍ଷା କରିଥାଏ। ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ।
ବିଟ୍‌ରେ ପ୍ରଚୁର ପରିମାଣରେ ଫଲିକ ଏସିଡ୍‌ ରହିଛି, ଯାହା ଗର୍ଭସ୍ଥ ଶିଶୁମାନଙ୍କ ପାଇଁ ଅମୃତ ତୁଲ୍ୟ। ଗର୍ଭସ୍ଥ ସନ୍ତାନର ସ୍ପାଇନାଲ୍‌ କର୍ଡର ଗଠନକୁ ଶକ୍ତ କରିଥାଏ ଏହା। ତା’ଛଡା ଗର୍ଭବତୀ ମହିଳା ମାନେ ବିଟ୍‌ ଖାଇଲେ ସେମାନଙ୍କୁ ଶାରୀରିକ ଶକ୍ତି ମିଳିଥାଏ।
ବିଟ୍‌ ଖାଇଲେ ଅଷ୍ଟିଓ ପୋରୋସିସ୍‌ ରୋଗର ଆଶଙ୍କା ହ୍ରାସ ପାଇଥାଏ। ଏହା ଦାନ୍ତ ଓ ହାଡକୁ ମଧ୍ୟ ଶକ୍ତ କରିଥାଏ। ନିୟମିତ ବିଟ୍‌ ଖାଉଥିବା ଲୋକଙ୍କୁ ସହଜରେ ମଧୁମେହ ରୋଗ ହୋଇ ନଥାଏ।
ବିଟ୍‌ରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବା ହେତୁ ଏହା ଆନେମିଆ ରୋଗରୁ ଉପଶମ କରିଥାଏ।
ବିଟ୍‌କୁ ପ୍ରାକୃତିକ ‘ଭାଏଗ୍ରା’ ବୋଲି ମଧ୍ୟ କୁହାଯାଏ। ଏହା ଯୌନ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ସେକ୍ସ ହରମୋନ୍‌ସ ଉତ୍ପନ୍ନ କରିବାରେ ସହାୟତା କରିଥାଏ।


ବିଟ୍‌ ଖାଇଲେ ପ୍ରୋଟେଷ୍ଟ ଓ ସ୍ତନ କର୍କଟ ହେବାର ଆଶଙ୍କା ମଧ୍ୟ କ୍ଷୀଣ ହୋଇଥାଏ।
ନିୟମିତ ଭାବେ ବିଟ୍‌ ଖାଇଲେ ମସ୍ତିଷ୍କର କ୍ଷମତା ବୃଦ୍ଧି ପାଇଥାଏ। ଯେଉଁମାନଙ୍କର ଖାଦ୍ୟ ହଜମ ଓ ଲଘୁଶଙ୍କା ବେଳେ ସମସ୍ୟା ରହିଥାଏ, ସେମାନେ ବିଟ୍‌ ଖାଇଲେ ସେଥିରୁ ଆଶ୍ୱସ୍ତି ମିଳିଥାଏ।



from ଜୀବନଚର୍ଯ୍ୟା – Sambad https://ift.tt/2kvTiCu
via IFTTT

Post a Comment

0Comments
Post a Comment (0)