ଗିଲଗିଟ୍‌-ବାଲ୍‌ତିସ୍ତାନକୁ ପାକିସ୍ତାନର ପଞ୍ଚମ ପ୍ରଦେଶ ଘୋଷଣା

zisanmohammad
0
ଗିଲଗିଟ୍‌-ବାଲ୍‌ତିସ୍ତାନକୁ ପାକିସ୍ତାନର ପଞ୍ଚମ ପ୍ରଦେଶ ଘୋଷଣା

ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ୍‌-ବାଲତିସ୍ତାନକୁ ପାକିସ୍ତାନ ନିଜର ୫ମ ପ୍ରଦେଶ ଭାବେ ମାନ୍ୟତା ଦେଇ ଆଦେଶ ଜାରି କରିଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି । ଆଜି ପାକିସ୍ତାନ ଡେପୁଟି ହାଇକମିସନର ସୟିଦ ହାଇଦର ଶାହଙ୍କୁ ସମନ କରାଯାଇ ପାକିସ୍ତାନର ଏଭଳି ପଦକ୍ଷେପ ସଂପର୍କରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ଭାରତ କହିଛି ଯେ ଗିଲଗିଟ ବାଲତିସ୍ତାନ ଉପରେ ପାକିସ୍ତାନର କୌଣସି ଆଇନଗତ ଅଧିକାର ନଥିବାରୁ ଏହାକୁ ପାକିସ୍ତାନ ନିଜର ପ୍ରଦେଶ ଭାବେ ଘୋଷଣା କରିବା ସଂପୂର୍ଣ୍ଣ ବେଆଇନ। ଭାରତର ଜମ୍ମୁ କଶ୍ମୀର ରାଜ୍ୟରେ ଗିଲଗିଟ ବାଲତିସ୍ତାନ ଅଂଚଳ ଅନ୍ତର୍ଭୁକ୍ତ ଏବଂ ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାକ୍‌ ଡେପୁଟି ହାଇକମିସନରଙ୍କୁ ଜଣାଇ ଦିଆଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକନ୍‌ ଅବ୍ଦାସି ମେ ୨୧ ତାରିଖରେ ଏ ବାବଦ ଆଦେଶ ଜାରି କରି ଗିଲଗିଟ ବାଲତିସ୍ତାନକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ। ସରକାର ଏହି ଅଂଚଳକୁ ୫ମ ପ୍ରଦେଶ ଭାବେ ଗ୍ରହଣ କରିବା ସହ ସମସ୍ତ ନାଗରିକଙ୍କୁ ଅନ୍ୟ ଅଂଚଳ ଭଳି ସମାନ ଭୋଟ୍‌ ଦାନ ଅଧିକାର ପ୍ରଦାନ କରାଯିବାକୁ ୁଉଲ୍ଲେଖ କରିଛନ୍ତି। ପାକିସ୍ତାନ କବ୍‌ଜାରେ ଥିବା କଶ୍ମୀରର ଏହି ଅଂଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବଡ଼ ଧରଣର ବିବାଦ ଉପୁଜିବ ବୋଲି କୁହାଯାଉଛି । ଗିଲଗିଟ୍‌ ଅଂଚଳ ପାଇଁ ଏବେ ପାକିସ୍ତାନ ସରକାର କେତେକ ସ୍ୱତନ୍ତ୍ର ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଛନ୍ତି।



from ଦେଶ- ବିଦେଶ – Sambad https://ift.tt/2IOdJcB

Post a Comment

0Comments
Post a Comment (0)