କଶ୍ମୀରରେ ‘କି-ପ୍ୟାଡ୍‌ ଜିହାଦୀ’ ସଂଗଠନ ଠାବ

zisanmohammad
0
କଶ୍ମୀରରେ ‘କି-ପ୍ୟାଡ୍‌ ଜିହାଦୀ’ ସଂଗଠନ ଠାବ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସାଂପ୍ରଦାୟିକ ଉତ୍ତେଜନା, ହିଂସା ଓ ଦଙ୍ଗା ସୃଷ୍ଟି ପାଇଁ ସୋସିଆଲ ମିଡିଆରେ ଲଗାତାର ଉଦ୍ୟମ ଚଳାଇଥିବା ଏକ ବଡ଼ ଧରଣ ଜିହାଦୀ ନେଟ୍‌୍‌ଓ୍ଵର୍କକୁ ଜମ୍ମୁ କଶ୍ମୀର ପୁଲିସ ଠାବ କରିଛି। ଜିହାଦୀମାନେ ବ୍ୟବହାର କରୁଥିବା ୩୦ରୁ ଊର୍ଦ୍ଧ୍ୱ ଟ୍ଵିଟ୍‌ର, ହ୍ଵାଟ୍‌୍‌ସଆପ୍‌ ଏବଂ ଫେସ୍‌୍‌ବୁକ୍‌୍‌ ଆକାଉଣ୍ଟ ଠାବ ହୋଇଛି। ଏକ ନିର୍ଦ୍ଦିଷ୍ଟ ଜିହାଦୀ ଗୋଷ୍ଠୀ କଶ୍ମୀରରେ ହିଂସା ଓ ଆତଙ୍କର ପ୍ରଚାର ପ୍ରସାର ପାଇଁ ଏହି ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରୁଥିବାରୁ ଏଗୁଡ଼ିକୁ ଅଚଳ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ସଂପୃକ୍ତ ଯୁବକମାନଙ୍କୁ ଜମ୍ମୁ କଶ୍ମୀର ପୁଲିସ ‘କି-ପ୍ୟାଡ୍‌ ଜିହାଦୀ’ ଆଖ୍ୟା ଦେଇଛି। ସେମାନଙ୍କ ସଂଖ୍ୟା ଶତାଧିକ ବୋଲି ଜଣାପଡ଼ିଛି । ସୁରକ୍ଷା ବାହିନୀକୁ ଟାର୍ଗେଟ୍‌ କରି ମିଥ୍ୟା ଖବର ପ୍ରଚାର କରିବା ଏବଂ ପଥର ମାଡ଼ ପାଇଁ ଯୁବକଙ୍କୁ ଏକଜୁଟ କରିବାରେ ଏହି କି-ପ୍ୟାଡ୍‌ ଜିହାଦୀମାନେ ସର୍ବଦା ସକ୍ରିୟ ରହୁଛନ୍ତି। ସୁରକ୍ଷା ବାହିନୀର କେତେକ ଗୁରୁତ୍ୱପୂର୍ଣ୍ଣ ଅପରେସନକୁ ଭଣ୍ଡୁର କରିବାରେ ମଧ୍ୟ ଏହି ଜିହାଦୀମାନେ ସଫଳ ହୋଇଥିବା ନଜିର ରହିଛି। ଘାଟିରେ ପରିସ୍ଥିତି ଖରାପ କରିବା ଏବଂ ସୁରକ୍ଷା ବାହିନୀ ବିରୋଧରେ ଲୋକଙ୍କୁ ମତାଇ ଆକ୍ରମଣରେ ନିୟୋଜିତ କରିବାକୁ ଏହି ଜିହାଦୀ ଗୋଷ୍ଠୀ ଗତ ବର୍ଷ ଅକ୍ଟୋବରରୁ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେମାନଙ୍କୁ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌୍‌ଆଇ ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ମିଳୁଥିବା ଜଣାପଡ଼ିଛି। ଆଗାମୀ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବା ଏବଂ ଦକ୍ଷିଣ କଶ୍ମୀରରେ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ପଥଭ୍ରଷ୍ଟ ଯୁବକଙ୍କୁ ନିୟୋଜିତ କରିବା ପାଇଁ ଏହି ଜିହାଦୀ ଗୋଷ୍ଠୀ ଏବେଠାରୁ ସକ୍ରିୟ ହୋଇଉଠିିଥିବା ଜଣାପଡ଼ିଛି। ଅମରନାଥ ଯାତ୍ରା ସହିତ ସଂପୃକ୍ତ ବିଭିନ୍ନ ନକଲି ଫଟୋ ଛାଡ଼ି ଲୋକଙ୍କୁ ନିକଟରେ ବିଭ୍ରାନ୍ତି କରାଯାଇଥିଲା। ଏହି ଜିହାଦୀ ଗୋଷ୍ଠୀର ପ୍ରୟାସକୁ ପଣ୍ଡ କରିବା ପାଇଁ ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ଏବେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।



from ଦେଶ- ବିଦେଶ – Sambad https://ift.tt/2sjizn1

Post a Comment

0Comments
Post a Comment (0)