ଆଖି ସାମ୍ନାରେ ମାଆକୁ ହତ୍ୟା କରାଯାଉଥିବା ଦୃଶ୍ୟକୁ ଦେଖିଥିଲା ଝିଅ, ଏସ୍‌ପିଙ୍କ ଆଗରେ କାନ୍ଦିକାନ୍ଦି ବଖାଣିଲା ସେଦିନର ଦୃଶ୍ୟକୁ

zisanmohammad
0
ଆଖି ସାମ୍ନାରେ ମାଆକୁ ହତ୍ୟା କରାଯାଉଥିବା ଦୃଶ୍ୟକୁ ଦେଖିଥିଲା ଝିଅ, ଏସ୍‌ପିଙ୍କ ଆଗରେ କାନ୍ଦିକାନ୍ଦି ବଖାଣିଲା ସେଦିନର ଦୃଶ୍ୟକୁ

ହରଦୋଇ: ଉତ୍ତରପ୍ରଦେଶ ହରଦୋଇ ବିଲଗ୍ରାମ କୋତବାଲି ଅଞ୍ଚଳରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ମହିଳାଙ୍କୁ ମାରପିଟ କରିବା ସହିତ ବିଷ ପିଆଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାଙ୍କ ଶାଶୁଘର ଲୋକ। ଏତିକିରେ ତାଙ୍କ ମନ ବୁଝିଲା ନାହିଁ ଯେ ସେ ମହିଳାଙ୍କ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ଶବକୁ ଫ୍ୟାନ୍‌ରେ ଝୁଲାଇ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ମୃତ ମହିଳାଙ୍କ ଝିଅ ପୁଲିସକୁ ଜଣାଇଥିଲା। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଏସ୍‌ପି ଏହି ହତ୍ୟା ଘଟଣାକୁ ଦୃଢ଼ତାର ସହିତ ନେଇ ଝିଅକୁ ତାଙ୍କ ପାଖକୁ ଡକାଇଥିଲେ।

ନିରୀହ ଝିଅ ଏସପିଙ୍କ ସମ୍ମୁଖରେ କାନ୍ଦିକାନ୍ଦି ମାଆକୁ କିପରି ହତ୍ୟା କରାଯାଇଥିଲା, ସମସ୍ତ କାହାଣୀକୁ ବଖାଣିଥିଲା। ଝିିଅଠାରୁ ସମସ୍ତ କଥା ଶୁଣିବା ପରେ ଏସ୍‌ପି ଏହି ହତ୍ୟା ମାମଲାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଦେଶ ଦେଇଛନ୍ତି।

ବିଲଗ୍ରାମ କୋତବାଲି ଅଞ୍ଚଳରେ ମୁହଲ୍ଲା ମଲକଣ୍ଠରେ ମହିଳାଙ୍କ ମୃତଦେହ ଫଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମାନସିକ ସ୍ତରରେ ଦୁର୍ବଳ ଥାଇ ମହିଳା ଏଭଳି କାମ କରିଥିବା ଦର୍ଶାଇ ପୁଲିସ ମାମଲାକୁ ଦବାଇ ଦେଇଥିଲା। କିନ୍ତୁ ମୃତ ମହିଳାଙ୍କ ଝିଅର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଝିଅ ତାର ମାଆକୁ କିପରି ହତ୍ୟା କରାଯାଇଛି, ସେ ସମସ୍ତ ଘଟଣାକୁ ଟିକ୍‌ନିକ୍‌ କରି କହିଥିବାରୁ ଶୁଣିବାକୁ ମିଳିଥିଲା।

ଏସ୍‌ପି ବିପିନ୍‌ ମିଶ୍ରା ଏହି ଭିଡିଓକୁ ଦେଖି ଝିଅକୁ ତାଙ୍କ ପାଖକୁ ଡକାଇଥିଲେ। ଝିଅ ଏସ୍‌ପିଙ୍କ ନିକଟରେ ମାଆକୁ କିପରି ହତ୍ୟା କରାଯାଇଛି ସେବିଷୟରେ ସମ୍ପୂର୍ଣ୍ଣ କାହାଣୀ କହିଥିଲା।

ମଲକଣ୍ଠ ନିବାସୀ ରିୟାଜ ପୁତ୍ର ଲିୟାକତ ଏକ ଅଭିଯୋଗ ପତ୍ରରେ କହିଥିଲେ, ସେ ତାଙ୍କ ଭଉଣୀ ନୁରି ବାନୋଙ୍କ ବିବାହ ନଅବର୍ଷ ପୂର୍ବେ ଇମରାନ୍‌ଙ୍କ ସହିତ କରିଥିଲେ। ତାର ଶାଶୁଘର ଲୋକ ଯୌତୁକରେ ବାଇକ, ଚେନ୍‌ ଓ ଏକଲକ୍ଷ ଟଙ୍କା ଦାବି କରିଥିଲେ। ଏହା ଦେଇ ନପାରିବାରୁ ସେ ସବୁବେଳେ ଭଉଣୀକୁ ମାରଧର କରନ୍ତି। ମୋ ଭଉଣୀର ତିନିଟି ସନ୍ତାନ ଅଛି। ଭଉଣୀର ଝିଅ ଶାବି ତାର ବାପ, ଜେଜେବାପା ଓ ଜେଜେମାଆ ମାଆ ନୁରିକୁ ହତ୍ୟା କରୁଥିବା ସେ ଦେଖିଛି ବୋଲି କାନ୍ଦି କାନ୍ଦି କହିଥିଲା।



from ଅପରାଧ – Sambad https://ift.tt/2GRqZY5

Post a Comment

0Comments
Post a Comment (0)