ଆଇପିଏଲ୍‌ ୨୦୧୮: ସୁପର ବନାମ ସନ୍‌ରାଇଜର୍ସ, ଫାଇନାଲ୍‌ କିଏ ଜିତିବ କହିଲେ ଜ୍ୟୋତିଷ

zisanmohammad
0
ଆଇପିଏଲ୍‌ ୨୦୧୮: ସୁପର ବନାମ ସନ୍‌ରାଇଜର୍ସ, ଫାଇନାଲ୍‌ କିଏ ଜିତିବ କହିଲେ ଜ୍ୟୋତିଷ

ମୁମ୍ବାଇ: ଏକାଦଶ ସଂସ୍କରଣ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ରବିବାର ଚେନ୍ନାଇ ସୁପର୍‌ କିଙ୍ଗ୍‌ସକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ। ଏଥି ସହ ଲିଗ୍‌ ଶେଷ ସୁଦ୍ଧା ଶୀର୍ଷ ଦୁଇ ସ୍ଥାନରେ ଥିବା ଦଳ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବେ। ଶୁକ୍ରବାର ଦ୍ୱିତୀୟ କ୍ୱାଲିଫାୟର୍‌ରେ ହାଇଦ୍ରାବାଦ ୧୪ ରନ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ପରାଜୟ ଧାରାକୁ ଭାଙ୍ଗି ଦ୍ୱିତୀୟ ଥର ଫାଇନାଲ୍‌ରେ ପହଞ୍ଚିଛି।। ଦୁଇ ସପ୍ତାହ ଓ ୪ ଲଗାତାର ପରାଜୟ ପରେ ବିଜୟ ପାଇ ହାଇଦ୍ରାବାଦ ଦ୍ୱିତୀୟ ଥର ଫାଇନାଲ୍‌ରେ ପାଦ ଥାପିଛି।।

ଚେନ୍ନାଇ ଚମ୍ପିଅନ୍‌ ହେବ ବୋଲି ଅଧିକ ଆଶା କରାଯାଉଛି। ଧୋନିଙ୍କ ଟିମ୍‌ ପୁଣି ଥରେ ଚମ୍ପିଅନ୍‌ ହେବାକୁ ଆଶା ରଖିଛି। ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ସବୁଠାରୁ ଭଲ ଖବର ଯେ, ଚଳିତ ଶୃଙ୍ଖଳାରେ ଖେଳାଯାଇଥିବା ୩ଟି ମୁକାବିଲାରେ ସେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇବାରେ ସଫଳ ହୋଇଛି କିନ୍ତୁ ଫାଇନାଲ୍‌ରେ ଓଲଟା ହୋଇପାରେ। ହାଇଦ୍ରାବାଦ ଟିମ୍‌ ଚେନ୍ନାଇକୁ ହରାଇ ଚମ୍ପିଅନ ହେବା ବଡ଼ କଥା ନୁହେଁ।

ମ୍ୟାଚ୍‌ ପୂର୍ବରୁ ଜଣେ ବୈଜ୍ଞାନିକ ଜ୍ୟୋତିଷ ଭବିଷ୍ୟତ ବାଣୀ କହିଛନ୍ତି, ହାଇଦ୍ରାବାଦ ଚଳିତ ଆଇପିଏଲ୍‌ରେ ଚମ୍ପିଅନ୍‌ ହେବ। ଏହାରି ପଛରେ ଜୁପିଟର୍‌ ପ୍ଲାନେଟ ରହିଛି, ପ୍ଲାନେଟ-X (୨୦୦୭ ଆର୍‌ଏଚ୍‌୨୮୩) ଓ ପ୍ଲାନେଟ-Z(୨୦୦୮ ଏଫସି୭୬) ନିକଟରେ ରହିବା। ଜ୍ୟୋତିଷ୍କଙ୍କ ଅନୁସାରେ ଧୋନିଙ୍କ ମୁକାବିଲାରେ ଓ୍ଵିଲିୟମସନଙ୍କ ଭାଗ୍ୟ ଭଲ ଅଛି ଓ ସେ ଏହି ମ୍ୟାଚ୍‌ରେ ଜିତି ଦଳ ପାଇଁ ୨ୟ ଥର ବିଜୟ ମୁକୁଟ ଆଣି ପାରନ୍ତି।

ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଏହି ମୁକାବିଲା ଚେନ୍ନାଇର ବେଟିଂ ଓ ସନରାଇଜର୍ସର ବୋଲିଂ ମଧ୍ୟରେ ହେବ। ୩ୟ ଥର ଚମ୍ପିଅନ୍‌ ହେବାକୁ ଆଶା ରଖିଥିବା ଚେନ୍ନାଇ ୨୦୧୬ର ଚମ୍ପିଅନ ହାଇଦ୍ରାବାଦ ପୂର୍ବରୁ କ୍ୱାଲିଫାୟର ମୁକାବିଲର ୫ ଦିନ ପରେ ଖେଳୁଛି। ଉଭୟ ଟିମ୍‌ ମେ’ ମାସ ୨୨ ତାରିଖରେ ପ୍ରଥମ କ୍ୱାଲିଫାୟର ଖେଳିଥିଲେ। ୨୦୧୦ ଓ ୨୦୧୧ରେ ଚମ୍ପିଅନ୍‌ ହୋଇଥିବା ଚେନ୍ନାଇ ୨ ଓ୍ଵିକେଟ୍‌ରେ ଜିତି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଚେନ୍ନାଇର ୯ମ ଉଦ୍ୟମରେ ଏହା ୭ମ ଫାଇନାଲ୍‌ ମ୍ୟାଚ୍‌ ହେବ।

 



from Leading – Sambad https://ift.tt/2KYWyBy

Post a Comment

0Comments
Post a Comment (0)