ବିବାହ ପାଇଁ ଘରଲୋକ ରାଜି ନହେବାରୁ ପ୍ରେମୀଯୁଗଳ ଟ୍ରେନ୍‌ ସାମ୍ନାକୁ ଡେଇଁ କଲେ ଆତ୍ମହତ୍ୟା

zisanmohammad
0
ବିବାହ ପାଇଁ ଘରଲୋକ ରାଜି ନହେବାରୁ ପ୍ରେମୀଯୁଗଳ ଟ୍ରେନ୍‌ ସାମ୍ନାକୁ ଡେଇଁ କଲେ ଆତ୍ମହତ୍ୟା

ଉତ୍ତରପ୍ରଦେଶ: ଅନେକ ଦିନ ହେବ ପରିବାରଲୋକଙ୍କୁ ବିବାହ ପାଇଁ ରାଜି କରାଇବାର ପରେ ବି ନିରାଶ ହେବାରୁ ପ୍ରେମୀଯୁଗଳ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ମିଳିଛି। ମୃତକଙ୍କ ନାମ ବୀରେନ୍ଦ୍ର ବର୍ମା (୧୯) ଓ ରଞ୍ଜନା(୧୮) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୀରେନ୍ଦ୍ର ଓ ରଞ୍ଜନା ଦୁହେଁ ଦୁହିଁଙ୍କୁ ଅନେକ ଦିନ ହେବ ଭଲ ପାଇ ଆସୁଥିଲେ। ତେବେ ସେମାନେ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଦୁହେଁ ନିଜନିଜ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ନା ବୀରେନ୍ଦ୍ର ପରିବାର ନା ଏପଟୋ ରଞ୍ଜନା ପରିବା କେହି ବି ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ। ଦୁହେଁ କିନ୍ତୁ ପରିବାରଲୋକଙ୍କୁ ନିଜ ବିବାହ ପାଇଁ ବହୁତ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଶେଷରେ ନିରାଶ ହେବାରୁ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ ବୀରେନ୍ଦ୍ର ଓ ରଞ୍ଜନା। ଉତ୍ତରପ୍ରଦେଶର ମେହମୁଦାବାହଦ୍‌ ଅଞ୍ଚଳ ସୀତାପୁର ନିକଟର ଗୁଲରାମାଉ ରେଲେଓ୍ଵ କ୍ରସିଂ ନିକଟରେ ଶାଜାହାଁନ୍‌ପୁର-ଗୋନ୍ଧା ପାସେଞ୍ଜର ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୀରେନ୍ଦ୍ର ଓ ରଞ୍ଜନା। ଦୁହେଁ ମଇ ୨୩ ତାରିଖରୁ ଘରୁ ଫେରାର ଥିଲେ ବୋଲି ଝିଅର ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଦୁହିଁଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।



from ଅପରାଧ – Sambad https://ift.tt/2scoWbI

Post a Comment

0Comments
Post a Comment (0)