ଟ୍ରମ୍ପଙ୍କ ଦସ୍ତଖତ ଥିବା ଚିଠିରୁ ବ୍ୟାକରଣ ତ୍ରୁଟି କାଢ଼ି ଚର୍ଚ୍ଚାରେ ଶିକ୍ଷୟିତ୍ରୀ, ଏପରି ଲେଖା କେଉଁ ଛାତ୍ରର ହୋଇଥିଲେ ସେ ‘ଡି’ ଗ୍ରେଡ୍‌ ଦେଇଥାନ୍ତେ

zisanmohammad
0
ଟ୍ରମ୍ପଙ୍କ ଦସ୍ତଖତ ଥିବା ଚିଠିରୁ ବ୍ୟାକରଣ ତ୍ରୁଟି କାଢ଼ି ଚର୍ଚ୍ଚାରେ ଶିକ୍ଷୟିତ୍ରୀ, ଏପରି ଲେଖା କେଉଁ ଛାତ୍ରର ହୋଇଥିଲେ ସେ ‘ଡି’ ଗ୍ରେଡ୍‌ ଦେଇଥାନ୍ତେ

ଓ୍ଵାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦସ୍ତଖତ ଥିବା ଏକ ଚିଠି ପାଇବା ପରେ ଜଣେ ଅବସରପ୍ରାପ୍ତ ଇଂରାଜି ଶିକ୍ଷୟିତ୍ରି ସେହି ଚିଠିରେ ଥିବା ବ୍ୟକରଣଗତ ତ୍ରୁଟିକୁ ଧରି ଏବେ ଚର୍ଚ୍ଚାରେ ଅଛନ୍ତିି। ସେ କେବଳ ତ୍ରୁଟି ଧରିନାହାନ୍ତି ବରଂ ତାହାକୁ ଠିକ୍‌ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ ବି କରିଛନ୍ତି।

ଦିୀର୍ଘ ୧୭ ବର୍ଷ ଧରି ଶିକ୍ଷାଦାନ କରୁଥିବା ଶିକ୍ଷୟିତ୍ରୀ ୟୋଭନେ ମାସୁନ, ଯିଏକି ଗତବର୍ଷ ଅବସର ନେଇଛନ୍ତି, ମାର୍ଚରେ ଟ୍ରମ୍ପଙ୍କ ଅଫିସ୍‌ରୁ ମିଳିଥିବା ଏପ ପତ୍ରରେ ବ୍ୟାକରଣ ସଂଶୋଧନ କରି ଚର୍ଚ୍ଚା ପାଲଟିଛନ୍ତି। ଏହି ଗୋଟାଏ ଚିଠିରେ ଶିକ୍ଷୟିତ୍ରୀ ଜଣକ ୧୧ଟି ଭୁଲ୍‌ ପାଇଛନ୍ତି।

ଶକ୍ଷୟିତ୍ରୀ ମାସୁନଙ୍କ ଅଭିଯୋଗ ହେଲା ଚିଠିଟିରେ ‘ନେସନ୍‌’, ଷ୍ଟେଟ୍‌’, ‘ପ୍ରେସିଡେଣ୍ଟ’, ‘ଫେଡେରାଲ୍‌’ ଆଦି ବହୁ ପ୍ରଚଳିତ ଶବ୍ଦର ଭୁଲ୍‌ ପ୍ରୟୋଗ ହୋଇଛି। ସେ ସଂଶେଧନ କରି ଚିଠିର ମାର୍ଜିନରେ ଠିକ୍‌ ଶବ୍ଦ ଲେଖିଥିବା ଦେଖିବାକୁ ମିଳିଛି। କେତେକ ସରକାରୀ ଶବ୍ଦର ଆରମ୍ଭ କ୍ୟାପିଟାଲ୍‌ ଲେଟର୍‌ରୁ କରିବା ଆବଶ୍ୟକ ରହିଥିବା ବେଳେ ସେପରି ହୋଇନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସବୁଠାରୁ ମଜା କଥା ହେଲା ଶିକ୍ଷୟିତ୍ରୀ ଜଣକ ଏକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଏପରି ଲେଖା ପାଇଁ କୌଣସି ମାଧ୍ୟମିକ ସ୍କୁଲ୍‌ ଛାତ୍ରକୁ ସେ ‘ସି’ କିମ୍ବା ‘ସି+’ ଦେଇଥାନ୍ତେ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରକୁ ‘ଡି’ ଗ୍ରେଡ୍‌ ଦେଇଥାନ୍ତେ।



from Leading – Sambad https://ift.tt/2xiq3fF

Post a Comment

0Comments
Post a Comment (0)