ସୋମବାର ଦିନ ତିନି ଘଣ୍ଟା ପାଇଁ ତାଜମହଲକୁ ପ୍ରବେଶ ମାଗଣା

zisanmohammad
0

ଆଗ୍ରା: ସୋମବାର ଅଗଷ୍ଟ ୧୨ ତାରିଖ ଦିନ ତିନି ଘଣ୍ଟା ପାଇଁ ତାଜମହଲ ମଧ୍ୟକୁ ସମ୍ପୂର୍ଣ୍ଣ ମାଗଣା ପ୍ରବେଶ କରିହେବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ସ୍ଥିର କରିଛି।

ପ୍ରତିବର୍ଷ ଇଦ୍‌-ଉଲ୍‌-ଫିତର୍‌ ଏବଂ ଇଦ୍‌-ଉଲ୍‌-ଆଝା ଦିନ ସ୍ଥାନୀୟ ମୁସଲମାନମାନେ ତାଜମହଲ ମଧ୍ୟରେ ଥିବା ମସ୍‌ଜିଦ୍‌ରେ ସ୍ୱତନ୍ତ୍ର ନମାଜ ପାଠ କରନ୍ତି, ଏବଂ ଏଥର ଇଦ୍‌-ଉଲ୍‌-ଆଝା ଅଗଷ୍ଟ ୧୨ ତାରିଖ ଦିନ ପଡୁଛି। ତେଣୁ ସମସ୍ତେ ସକାଳ ୭ଟାରୁ ୧୦ଟା ଯାଏଁ ତାଜମହଲକୁ ମାଗଣାରେ ପ୍ରବେଶ କରିପାରିବେ। କିନ୍ତୁ ଏହା ପରେ ନିୟମିତ ଟିକେଟ୍‌ ଲାଗୁହେବ।

ଏଏସ୍‌ଆଇର ପ୍ରତ୍ନତତ୍ତ୍ୱବିତ୍‌ ବସନ୍ତ କୁମାର ସ୍ୱର୍ଣ୍ଣକାର କହିଛନ୍ତି ଯେ ବାଧ୍ୟତାମୂଳକ ନିରାପତ୍ତା ଯାଞ୍ଚ ବିନା ମାଗଣାରେ କାହାକୁ ଭିତରକୁ ଛଡ଼ାଯିବ ନାହିଁ। ଦର୍ଶକମାନେ ଭିତରକୁ ପଲିଥିନ୍‌ ମୁଣା, ଧାରୁଆ ଚିଜ, ଦିଅଶିଲି, ଲାଇଟର୍‌ ଏବଂ ଖାଇବା ଜିନିଷ ନେଇ ତାଜମହଲକୁ ଯାଇ ପାରିବେ ନାହିଁ।
ତାଜମହଲ ମଧ୍ୟକୁ ଯିବାକୁ ଭାରତୀୟଙ୍କୁ ମୁଣ୍ଡପିଛା ୫୦/- ଟଙ୍କା ଦେବାକୁ ପଡୁଥିବା ବେଳେ ବିଦେଶୀମାନଙ୍କୁ ୧୧୦୦ ଟଙ୍କା ଦେବାକୁ ପଡୁଛି। ମୁଖ୍ୟ ଗମ୍ବୁଜ ମଧ୍ୟକୁ ପ୍ରବେଶ କରିବାକୁ ଅଧିକ ୨୦୦ ଟଙ୍କା ଦେବାକୁ ପଡ଼େ।



from ଦେଶ- ବିଦେଶ – Sambad https://ift.tt/2H0foIS

Post a Comment

0Comments
Post a Comment (0)