ଅନୁପ୍ରେବେଶ କରିଛନ୍ତି ୫ ଜଣ ଜୈଶ୍‌ ଆତଙ୍କବାଦୀ, କଶ୍ମୀରରେ ହାଇଆଲର୍ଟ

zisanmohammad
0

ଶ୍ରୀନଗର: ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ୍‌ ୫ ଜଣ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ କରିଛନ୍ତି ଏବଂ ସେମାନେ ନିରାପତ୍ତା ବଳ ଉପରେ ଆକ୍ରମଶ କରି ପାରନ୍ତି।

ଏଥିଯୋଗୁଁ ସମଗ୍ର ଉପତ୍ୟକାରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ଅଧିକୃତ କଶ୍ମୀରରୁ ଏହି ଆତଙ୍କବାଦୀମାନେ ଅନୁପ୍ରବେଶ କରିଛନ୍ତି ବୋଲି ଜଣାପଡ଼ିଛି।

ସମସ୍ତ ଆତଙ୍କବାଦୀ ଉଚ୍ଚମାନର ତାଲିମ ପାଇଛନ୍ତି ଏବଂ ସେମାନେ କଶ୍ମୀରରେ ନିରାପତ୍ତା ବଳଙ୍କ ଉପରେ ଆକ୍ରମଣ କରି ପାରନ୍ତି ବୋଲି ସୂଚନା ମିଳିଛି।

ଏଥିପାଇଁ ଜମ୍ମୁ ଓ କଶ୍ମୀରରେ କେନ୍ଦ୍ର ସରକାର ପଦାତିକବାହିନୀ ଏବଂ ବାୟୁସେନାକୁ ହାଇ ଆଲର୍ଟରେ ରଖିଛନ୍ତି। ଏହାଛଡ଼ା କଶ୍ମୀରରେ ୨୮୦ କମ୍ପାନିରୁ ଅଧିକ ସୈନ୍ୟ ମୁତୟନ କରାଯାଇଛି।

ଗତ ସନ୍ଧ୍ୟାରୁ ଭାରତୀୟ ବାୟୁସେନାର ବିମାନ କଶ୍ମୀରର କେତେକ ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ କରୁଛି।

ସହରର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥଗୁଡ଼ିକରେ ସେଣ୍ଟ୍ରାଲ୍‌ ଆର୍ମଡ୍‌ ପାରାମିଲିଟାରି ଫୋର୍ସ ମହଜୁଦ ରହିଛନ୍ତି।

ସ୍କୁଲ୍‌ ଓ କଲେଜରେ ଗ୍ରୀଷ୍ମାବକାଶ ଗୁରୁବାର ଠାରୁ ଅର୍ଥାତ୍‌ ୧୦ ଦିନ ପୂର୍ବରୁ ଆରମ୍ଭ ହୋଇଛି।



from ଦେଶ- ବିଦେଶ – Sambad https://ift.tt/2MzgSxx

Post a Comment

0Comments
Post a Comment (0)