
ଖେଡ଼ା :ଗୁଜୁରାଟର ଖେଡ଼ା ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବାଫଳରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି । ଭୁଶୁଡ଼ି ଯାଇଥିବା କୋଠାରୁ ୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି । ପୁଲିସ ମୃତଦେହଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ଅପରପକ୍ଷରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆହୁରି କିଛି ଲୋକ ଘର ଭିତରେ ଫସିଥିବା ସନ୍ଦେହ କରାଯାଉଛି । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ ବି ରହିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ପୁରୁଣା କୋଠାରେ ୫ଟି ପରିବାର ରହୁଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କର ଚିକିତ୍ସା ଜାରି ରହିଛି । ପୁଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
from ଦେଶ- ବିଦେଶ – Sambad https://ift.tt/2YVmfK6