ସାପୋର୍‌: ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଆତଙ୍କବାଦୀ ନିହତ

zisanmohammad
0

ଶ୍ରୀନଗର: ଉତ୍ତର କଶ୍ମୀରରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଛି।

ଗୁଳି ବିନିମୟ ଘଟଣାରେ ସେନାର ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଶନିବାର ପ୍ରତ୍ୟୁଷରୁ ଉତ୍ତର କଶ୍ମୀରର ସାପୋର ଅନ୍ତର୍ଗତ ଓ୍ଵାର୍‌ପୋରା ଅଞ୍ଚଳର ମଲମନପନପୋରା ଠାରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ସେନାବାହିନୀର ୨୨ଆର୍‌ଆର୍‌, ଏସ୍‌ଓଜି ଏବଂ ସିଆର୍‌ପିଏଫ୍‌ର ମିଳିତ ଟିମ୍‌ କର୍ଡନ୍‌ ଏବଂ ସର୍ଚ ଅପରେସନ୍‌ ଆରମ୍ଭ କରିଥିଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ସ୍ଥାନକୁ ଘେରାଉ କରାଯିବା ପରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଅଳ୍ପ ସମୟ ଧରି ଗୁଳି ବିନିମୟ ଚାଲିଥିଲା।



from ଦେଶ- ବିଦେଶ – Sambad https://ift.tt/2YB7UlH

Post a Comment

0Comments
Post a Comment (0)