୨୨ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

zisanmohammad
0

ଖଣ୍ଡଗିରି : ଶନିବାର ରାଜଧାନୀରୁ ପୁଣି ଜଣେ କୁଖ୍ୟାତ୍ ବ୍ରାଉନସୁଗାର ‌ବେପାରୀକୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ କଟକ-୨ ଦ୍ବାରା ଗିରଫ ହୋଇଥିବା ଏହି ଅଭିଯୁକ୍ତ ହେଲେ, ମଞ୍ଚେଶ୍ବର ଥାନା କଳାରାହାଙ୍ଗ ଗାଁର ସାମନ୍ତ ଦାସ (୩୨)। ତା’ ନିକଟରୁ ୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହି ଧଳା ଜହରର ବଜାର ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିଭାଗୀୟ ସୂଚନାନୁସାରେ, ସୁମନ୍ତ ଦୀର୍ଘ ଦିନ ହେଲା ପଟିଆ ଅଞ୍ଚଳରେ ଏହି ବିଷ ବେପାର ଚଳାଇ ଆସୁଥିଲା। ଆଜି ସକାଳ ପ୍ରାୟ ୯ଟାରେ ସେ ଘରୁ ମାଲ୍‌ ଧରି ସ୍କୁଟିରେ ଯାଉଥିବା ବେଳେ ଇଞ୍ଜଣା ଛକରେ ଅବକାରୀ ସ୍କ୍ବାଡ୍‌ ତାକୁ କାବୁ କରି ନେଇଥିଲେ। ଏହି ଟିମ୍‌ରେ ଇନ୍‌ସ୍ପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ, ଜି. ସୋରେନ୍‌, ଏସ୍ଆଇ ଧନଞ୍ଜୟ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ଆଉ ଜଣେ ଖଣି ମାଫିଆ ଗିରଫ

ଭୁବନେଶ୍ବର : କ୍ରାଇମ ବ୍ରାଞ୍ଚର ଏସଟିଏଫ ଆଜି ଆଉ ଜଣେ ଖଣି ମାଫିଆକୁ ଖୋର୍ଧାରୁ ଗିରଫ କରିଛି। ତା’ ନାଁ ବାଦଲ ବଡ଼ଜେନା। ଘର ବେଗୁନିଆ ଥାନା ଅଧୀନ ଡାଳକରେ। ତା’ ବିରୋଧରେ ଖୋର୍ଧାରେ ବେଆଇନ ଭାବେ ଖଣି ଉତ୍ତୋଳନ କରିବା ଅଭିଯୋଗ ଥିଲା। ଏହାଛଡ଼ା ସେ ବିଭିନ୍ନ ଅପରାଧରେ ସଂପୃକ୍ତ ଥିଲା ବୋଲି କ୍ରାଇମ ବ୍ରାଞ୍ଚ ସୂଚନା ଦେଇଛି। ଆଗାମୀ ଦିନରେ ଏଭଳି ଚଢ଼ଉକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।



from ଅପରାଧ – Sambad https://ift.tt/2YLgm5U

Post a Comment

0Comments
Post a Comment (0)