ଦେଖନ୍ତୁ ଭିଡିଓ: ଇନ୍ଧନ ବ୍ୟବସ୍ଥା ଅକାମି ହେବାରୁ ସଡ଼କରେ ଜରୁରୀ ଅବତରଣ କଲା କ୍ଷୁଦ୍ର ବିମାନ

zisanmohammad
0

ନୂଆଦିଲ୍ଲୀ: ଗୋଟାଏ ସିଙ୍ଗଲ୍‌ ପ୍ରୋପେଲର୍‌ କେଆର୍‌-ଟୁ ବିମାନର ଇନ୍ଧନ ବ୍ୟବସ୍ଥା ଅକାମି ହୋଇଯିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ଓ୍ଵାସିଂଟନ୍‌ ପ୍ରଦେଶ ଅନ୍ତର୍ଗତ ପିୟର୍ସ କାଉଣ୍ଟିର ଯାନବାହନ ଚଳାଚଳ କରୁଥିବା ସଡ଼କରେ ତା’ର ନିରାପଦ ତଥା ନାଟକୀୟ ଅବତରଣ ଦୃଶ୍ୟର ଭିଡିଓ ସମ୍ପ୍ରତି ଭାଇରାଲ୍‌ ହୋଇଛି।

ଅଗଷ୍ଟ ୧ ତାରିଖ ସକାଳ ୮: ୧୫ ମିନିଟ୍‌ରେ କ୍ଲିଣ୍ଟ୍‌ ଥମ୍ପ୍‌ସନ୍‌ ନାମ୍ନା ନାମକ ଜଣେ କାର୍‌ ଆରୋହୀ ମହିଳା ପୁଲିସ କର୍ମଚାରୀ ପୂର୍ବ ପିୟର୍ସ କାଉଣ୍ଟିରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ବିମାନଟି ସେଠାରେ ଜରୁରୀ ଅବତରଣ କରିଥିଲା। ୨୧ ବର୍ଷର ପାଟ୍ରୋଲିଙ୍ଗ୍‌ ଅଭିଜ୍ଞାତା ମଧ୍ୟରେ ସେ ଏ ଭଳି ଘଟଣା ଥିଲା ତାଙ୍କ ପାଇଁ ପ୍ରଥମ।

ସେ କ୍ଷୁଦ୍ର ବିମାନଟିକୁ ବେଟିଷ୍ଟ୍‍ ଠେଲି ଠେଲି ରାସ୍ତାରୁ ହଟାଇ ଯାନବାହନ ଚଳାଚଳ ପାଇଁ ସହାୟକ ହୋଇଥିଲେ। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସେ ଜଣାଇଛନ୍ତି।

ଏହି ଭିଡିଓଟି ତାଙ୍କ ଡ୍ୟାସ୍‌କ୍ୟାମ୍‌ରେ ରେକର୍ଡ ହୋଇଥିଲା। ଏଥିରେ ଦେଖାଯାଉଛି- ପାଇଲଟ୍‌ ଜଣକ ବିମାନରୁ ଡେଇଁ ପଡ଼ି ତାହାକୁ ରାସ୍ତାରୁ ହଟାଇବାକୁ ଥମ୍ପ୍‌ସନ୍‌ଙ୍କୁ ସହାୟତା କରୁଛନ୍ତି।



from ଦେଶ- ବିଦେଶ – Sambad https://ift.tt/2ZrJrRf

Post a Comment

0Comments
Post a Comment (0)