
ସିଓଲ (ଦକ୍ଷିଣ କୋରିଆ): ଶନିବାର ଦିନ ଉତ୍ତର କୋରିଆ ପୂର୍ବ ସାଗର ମଧ୍ୟକୁ ଆହୁରି କେତେଗୁଡ଼ିଏ ଅଜଣା କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏହା ହେଉଛି ପଞ୍ଚମ ଉତ୍କ୍ଷେପଣ। ସମ୍ପ୍ରତି ଚାଲିଥିବା ଯୁକ୍ତରାଷ୍ଟ୍ର ଆମେରିକା-ଦକ୍ଷିଣ କୋରିଆ ସେନାର ମିଳିତ ସାମରିକ ଅଭ୍ୟାସ ବିରୋଧରେ ଏହା ସ୍ପଷ୍ଟ ପ୍ରତିବାଦ ବୋଲି ଜଣାପଡୁଛି।
ୟୋନ୍ହାପ୍ ନିଉଜ୍ ଏଜେନ୍ସିରୁ ଉଦ୍ଧୃତି କରି ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍ କହିଛନ୍ତି: ଦକ୍ଷିଣ ହାମ୍ଗ୍ୟୋଙ୍ଗ୍ ପ୍ରଦେଶ ଅନ୍ତର୍ଗତ ପୂର୍ବ ଉପକୂଳ ସହର ହାମ୍ହଙ୍ଗ୍ ନିକଟରୁ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।
ସେ କହିଛନ୍ତି: ଆଉ ଉତ୍କ୍ଷେପଣ କରାଯାଉଛି କି, ନାହିଁ ସେ ସମ୍ବନ୍ଧରେ ଆମ ସଜାଗ ସେନା ଦୃଷ୍ଟି ରଖିଛି।
ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ଦୁଇଟି ନୂତନ ସ୍ୱଳ୍ପଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ନିକ୍ଷେପ କରିବାର ମାତ୍ର ଚାରି ଦିନ ମଧ୍ୟରେ ଆଜିର ଉତ୍କ୍ଷେପଣ କରାଯାଇଛି।
ଉତ୍କ୍ଷେପଣ ଅନୁଧ୍ୟାନ କରି ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍-ଉନ୍ କହିଲେ, ଯୁକ୍ତରାଷ୍ଟ୍ର ଆମେରିକ ଏବଂ ଦକ୍ଷିଣ କୋରିଆ କର୍ତ୍ତୃପକ୍ଷ ଚଳାଇଥିବା ମିଳିତ ସାମରିକ ଅଭିଯାନ ପ୍ରତି ଉତ୍ତର କୋରିଆର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ସମୁଚ୍ଚିତ ଚେତାବନୀ ପଠାଇବ।
କ୍ଷେପଣାସ୍ତ୍ର ଉତ୍କ୍ଷେପଣ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା କହିଛି ଯେ ସେ ଏସଂକ୍ରାନ୍ତରେ ଅବଗତ ଅଛି ଏବଂ ଜାପାନ ଓ ଦକ୍ଷିଣ କୋରିଆ ସହ ପରମର୍ଶ କରୁଛି।
from ଦେଶ- ବିଦେଶ – Sambad https://ift.tt/2ZWx1RH