ନବୀନଙ୍କୁ ହଟାଇବା ଲାଗି ୫ ବର୍ଷ ପୂର୍ବରୁ ଏହି ଯୋଜନା: ଶିବରାଜ ସିଂ ଚୌହାନ

zisanmohammad
0

ଖୋର୍ଦ୍ଧା : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବରାଜ ସିଂହ ଚୌହାନ ଆଜି ଖୋର୍ଦ୍ଧାରେ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ଚୌହାନ ଓ ତାଙ୍କ ପତ୍ନୀ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ସଦସ୍ୟ ସଂଗ୍ରହ ଅଭିଯାନରେ ସାମିଲ ହୋଇ ଶ୍ରୀ ଚୌହାନ କହିଛନ୍ତି ଯେ, ରାଜ୍ୟରେ ଆଉ କେତେଦିନ ନବୀନବାବୁଙ୍କୁ ଗାଦିରେ ବସାଇବ? ରାଜ୍ୟ ଦାରିଦ୍ର୍ୟ, ବେକାରୀ, ବିକାଶରେ ପଛରେ ପଡ଼ିଛି । ଏଥିପାଇଁ ପ୍ରଥମେ କଂଗ୍ରେସ ଓ ପରେ ନବୀନବାବୁ ଏବଂ ତାଙ୍କ ଦଳ ବିଜେଡି ଦାୟୀ। ରାଜ୍ୟର ବିକାଶ ପାଇଁ ବିଜେପି କ୍ଷମତାକୁ ଆସିବା ଆବଶ୍ୟକ। ଏହି ଲକ୍ଷ୍ୟରେ ୫ ବର୍ଷ ପୂର୍ବରୁ ହିଁ ବିଜେପି ଦଳ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି ବୋଲି ଶ୍ରୀ ଚୌହାନ କହିଥିଲେ।

ଶ୍ରୀ ଚୌହାନ ଆହୁରି କହିଥିଲେ ଯେ, ମଧ୍ୟପ୍ରଦେଶରେ ତାଙ୍କୁ ସମସ୍ତେ ମାମୁ ବୋଲି ଡାକନ୍ତି, ଏହି ଦୃଷ୍ଟିରୁ ସେ ଓଡ଼ିଶାବାସୀଙ୍କର ବି ମାମୁ। ‘ଜଗନ୍ନାଥ କା ଭାତ, ସବ୍‌ ପ୍ରସାରେ ହାତ’ ବୋଲି କହି ଏହି ପୁଣ୍ୟ ଭୂମିରୁ ସେ ଓ ତାଙ୍କ ପତ୍ନୀ ଦଳର ସକ୍ରିୟ ସଦସ୍ୟତା ଗ୍ରହଣ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଥିଲେ। କଶ୍ମୀର ଓ ଧାରା ୩୭୦, ସାହାବାନୋ ଓ ତିନି ତଲାକ, ପୁଲୱାମା ଆଦି ପ୍ରସଙ୍ଗ ଉଠାଇ କଂଗ୍ରେସ ଦଳ ଦେଶ ପାଇଁ ବିଶ୍ବାସଘାତ କରିଛି ବୋଲି ଶ୍ରୀ ଚୌହାନ କହିଥିଲେ। କଶ୍ମୀର ପ୍ରସଙ୍ଗରେ ପଣ୍ତିତ ନେହେରୁ ସଂପୂର୍ଣ୍ଣ ଭାବେ ଦୋଷୀ ବୋଲି ଅଭିଯୋଗ କରିବା ସହ ଓଡ଼ିଶାର ବିକାଶ ପାଇଁ ବିଜେପିର ସଙ୍ଗଠନ ଶକ୍ତିକୁ ମଜଭୁତ କରିବାକୁ ଶ୍ରୀ ଚୌହାନ ଆହ୍ବାନ ଦେଇଥିଲେ। କେନ୍ଦ୍ରର ବିଜେପି ସରକାରର ଆୟୁଷ୍ମାନ ଭାରତ, ଜନଧନ, ଛୋଟ ଦୋକାନୀଙ୍କ ପେନ୍‌ସନ ଆଦି ଯୋଜନା, ଚନ୍ଦ୍ରଯାନ ଆଦି ସମ୍ପର୍କରେ ଆଲୋଚନା କରି ଅନ୍ୟ ସମସ୍ତ ରାଜନୈତିକ ଦଳ କ୍ଷମତା ପାଇଁ ଆଶାୟୀ ରହି ରାଜନୀତି କରୁଥିବା ବେଳେ ବିଜେପି ଦେଶର ବିକାଶ ପାଇଁ ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଜିଠାରୁ ୨୦୨୪ ନିର୍ବାଚ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଜିର ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ ପରେ ବିଜେପିର ଦଳୀୟ କର୍ମକର୍ତ୍ତା ଜିଲ୍ଲାର ପ୍ରତ୍ୟେକଙ୍କ ଘରକୁ ଯାଇ ସଦସ୍ୟ ସଂଗ୍ରହ କରିବେ ବୋଲି କହିଥିଲେ। ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବସନ୍ତ ପଣ୍ତା କହିଥିଲେ ଯେ କଳିଯୁଗରେ ଦୁଷ୍ଟ ଦଳନ ପାଇଁ ସଂଘ ଓ ସଙ୍ଗଠନର ଶକ୍ତିକୁ ବୃଦ୍ଧି କରିବାକୁ ପଡ଼ିବ। ଅତିକମ୍‌ରେ ଜଣେ ୨୫ଜଣଙ୍କୁ ସଦସ୍ୟ ହେବା ପାଇଁ ଅନୁପ୍ରାଣୀତ କରିବାକୁ ଅନୁରୋଧ କରିଥିଲେ। ଏହି ସଭାରେ ଜିଲ୍ଲା ବିଜେପି ସଭାପତି ସୁବାସ ଜେନା ଅଧ୍ୟକ୍ଷତା କରିଥିବା ବେଳେ ସୁଦୀପ୍ତ ରାୟ, କାଳୁ ଚରଣ ଖଣ୍ତାୟିତରାୟ, ରଶ୍ମିରଞ୍ଜନ ମହାପାତ୍ର, ବିଶ୍ବରଞ୍ଜନ ବଡ଼ଜେନା, ଯତୀନ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଶିବରାଜ ସିଂ ଚୌହାନ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଖୋର୍ଦ୍ଧା ଖେଳପଡ଼ିଆଠାରେ ବୃକ୍ଷରୋପଣ କରିବା ସହ ଗୀତା ଭବନ ପଡ଼ିଆରେ ସ୍ବର୍ଗତ ସୁଷମା ସ୍ବରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।



from ଜିଲ୍ଲା – Sambad https://ift.tt/31xlWqA

Post a Comment

0Comments
Post a Comment (0)