୨ ବାଇକ୍ ଲୁଟେରା ଗିରଫ

zisanmohammad
0

ବାରଙ୍ଗ : ରାଜଧାନୀ ଉପକଣ୍ଠରେ ମାତିଥିବା ବାଇକ୍ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଚନ୍ଦକା ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, କଟକ ଚାଉଳିଆଗଞ୍ଜ ଥାନା ଅଧୀନ ନୂଆବଜାର ଗାନ୍ଧୀ ପଲ୍ଲୀର ନାରାୟଣ ଓରଫ ନନ୍ଦ ପାତ୍ର ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ଥାନା ଅଧୀନ ଭୀଷ୍ମଗିରିର ସୁନୀଲ ନାଏକ। ସୁନୀଲ ଏଠାରେ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ରିକ୍ସା କଲୋନି-୨ରେ ରହୁଥିଲା। ଚନ୍ଦକା ଥାନା ପକ୍ଷରୁ ରାସ୍ତା ବ୍ଲକିଂ କରି ଗାଡ଼ି କାଗଜପତ୍ର ଯାଞ୍ଚ‌ ସମୟରେ ଏମାନେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ଜେରା ବେଳେ ପୁଲିସ ସେମାନେ ବାଇକ୍ ଲୁଟ୍‌ରେ ସମ୍ପୃକ୍ତ ଥିବା ଜାଣି ପାରିଥିଲା। ଏହି ଗ୍ୟାଙ୍ଗ ଗତ ୨୯ ତାରିଖରେ ଦାରୁଠେଙ୍ଗ ଗ୍ରାମରୁ ବାଇକ୍ ଚୋରି କରିଥିଲେ। ଚୋରି କରିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ସେମାନଙ୍କ ଠାରୁ ୪ଟି ଚୋରି ବାଇକ୍ ଜବତ କରିଛି।

ଘର ମାଲିକଙ୍କୁ ଧମକ ଦେଇ ଯୁବକ ଗିରଫ
ଚନ୍ଦ୍ରଶେଖରପୁର : ଘର ମାଲିକଙ୍କୁ ଧମକ ଦେବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଭଡ଼ାଟିଆଙ୍କୁ ଗିରଫ କରିଛି। ସେ ହେଲେ, କୋଲକାତା ବାସିନ୍ଦା ବିମଳ ଶାହା। ବିଡିଏ କଲୋନି ଏମଆଇଜି ୬/୨ରେ ରହୁଥିବା ପ୍ରଭାସ ଚନ୍ଦ୍ର ଦାସଙ୍କ ଘର ଭଡ଼ା ନେଇ ବିମଳ ରହୁଥିଲେ। ସେ ୨୦୧୭ ମସିହାରୁ ଘରଭଡ଼ା ଦେଉ ନଥିଲେ। ପ୍ରଭାସ ଟଙ୍କା ମାଗିବାରୁ ବିମଳ ତାଙ୍କୁ ପାଲଟା ଧମକ ଦେଉଥିଲେ। ଏନେଇ ପ୍ରଭାସ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।



from ଅପରାଧ – Sambad https://ift.tt/2KtFTYf

Post a Comment

0Comments
Post a Comment (0)