ନାରୀ ରୂପରେ ଓଲିଉଡର ଲୋକପ୍ରିୟ କମେଡିଆନ୍‌ ପପୁ ପମ୍‌ପମ୍‌

zisanmohammad
0

ଭୁବନେଶ୍ବର: ଏ ଖବର ତ ଆପଣଙ୍କୁ ମିଳି ସାରିଛି ଯେ ଓଲିଉଡର ଲୋକପ୍ରିୟ କମେଡିଆନ୍‌ ପପୁ ପମ୍‌ପମ୍‌ ପୁଣି ଥରେ ନାୟକ ଭୂମିକାରେ ଆସୁଛନ୍ତି। ହଁ, ନୂଆ ଓଡ଼ିଆ ସିନେମା ‘ମିଷ୍ଟର କହ୍ନେୟା’ରେ ପପୁ ପମ୍‌ପମ୍‌ ନାୟକ ଭାବେ ପୁଣି ଅଭିନୟ କରୁଛନ୍ତି। ‘ମିଷ୍ଟର କହ୍ନେୟା’.ରେ ଟାଇଟଲ ରୋଲରେ ଅଛନ୍ତି ପପୁ ଓ ତାଙ୍କ ବିପକ୍ଷରେ ଏଥିରେ ନାୟିକା ସାଜିଛନ୍ତି ବଙ୍ଗୀୟ ସୁନ୍ଦରୀ ଝିଲିକ୍‌। ପ୍ରଥମ ଥର ପପୁ-ଝିଲିକ୍‌ ଯୋଡ଼ି ପରଦାକୁ ଆସୁଛନ୍ତି।

ସବୁଠାରୁ ବଡ଼ କଥା ହେଲା ଯେ ଏଥିରେ ପପୁଙ୍କୁ ବିଭିନ୍ନ ଗେଟ ଅପରେ ଦେଖିବାକୁ ମିଳିବ। ଏଥିମଧ୍ୟରୁ ତାଙ୍କର ନାରୀ ରୂପ ବି ଅଛି। ସେ କାହିଁକି ଏଭଳି ରୂପ ନେଇଛନ୍ତି , ତାହା ‘ମିଷ୍ଟର କହ୍ନେୟା’ ରିଲିଜ୍ ହେବାପରେ ଜଣାଯିବ।

ସାର୍ଥକ ମ୍ୟୁଜିକ୍‌ ନିବେଦିତ ଏହି ସିନେମାର ପ୍ରଯୋଜନା କରୁଛନ୍ତି ସୀତାରାମ ଅଗ୍ରଓ୍ଵାଲ୍‌। ଏହି ପିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ବୈଦ୍ୟନାଥ ଦାସ ଏହାର ସଙ୍ଗୀତକାର।


ସୂଚନାଯୋଗ୍ୟ ଯେ କେ.ମୁରଲୀକ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରଙ୍ଗିଲା ଟୋକା’ରେ ପ୍ରଥମେ୍‌ ପପୁ ପମ୍‌ପମ୍‌ ବନିଥିଲେ ନାୟକ। ତାପରେ ତାଙ୍କୁ ‘ଚଉକା ଛକା’ ଓ ‘ଆମେ ତ ଟୋକା ଷଣ୍ଢ ମାର୍କା’ରେ ନାୟକ ଭୂମିକାରେ ଦେଖିବାକୁ ମିଳିଥିଲା।



from ମନୋରଞ୍ଜନ – Sambad https://ift.tt/2KcUYOS

Post a Comment

0Comments
Post a Comment (0)