କୋଇଡ଼ା ରାସ୍ତା ନେଲା ଆଉ ୨ ଜୀବନ

zisanmohammad
0

କୋଇଡ଼ା: ସୁନ୍ଦରଗଡ଼ର ଦୁର୍ଗମ ଓ ଭୟଙ୍କର କୋଇଡ଼ା ରାସ୍ତାରେ ଆଉ ଦୁଇ ଜଣଙ୍କ ଜୀବନ ଯାଇଛି। ରାସ୍ତାର ଦୁରବସ୍ଥା ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଟେନ୍‌ସା ପୁଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ରାସ୍ତା ଜାମ୍‌ ଓ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ପ୍ରଶାସନର ଚେତା ପଶିଛି।  କୋଇଡ଼ାରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ବୈଠକ ହୋଇ ଯୁଦ୍ଧକାଳୀନଭିତ୍ତିରେ ରାସ୍ତା ମରାମତି କରିବାକୁ ନିଷ୍ପତ୍ତି ହୋଇଛି।
ପୂର୍ବାହ୍ନ ପ୍ରାୟ ୮ ଘଟିକା ସମୟରେ ଟେନସା ଜିରୋ ପଏଣ୍ଟ ମଝିରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଦ୍ବୟ ହେଲେ ବିହାରର ଗୋରେଖ ବ୍ୟଠଙ୍କ ପୁଅ ଧର୍ମେନ୍ଦ୍ର ବ୍ୟଠ (୨୭) ଓ ରାଜସ୍ଥାନର ବଲବୀର ସିଂହଙ୍କ ପୁଅ ରମେଶ କୁମାର (୨୫)। ଉଭୟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ କାମ କରୁଥିଲେ। ବାଇକ୍‌ରେ ଯାଉଥିବା ବେଳେ ଖରାପ ରାସ୍ତା ଯୋଗୁଁ କୌଣସି ଭାରିଯାନ ବାଇକ୍‌ ଉପରକୁ ମାଡ଼ି ଯିବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। କୋଇଡ଼ାକୁ ସଂଯୋଗ କରୁଥିବା ସବୁ ରାସ୍ତା ଏବେ ବଡ଼ ବଡ଼ ଖାଲରେ ପରିଣତ ହୋଇଛି। ତେଣୁ ଯାନବାହନଗୁଡ଼ିକ ରାସ୍ତା ମଝିରେ ଫସି ଯିବାରୁ କୋଇଡ଼ାକୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇ ଯାଇଛି। ଆଜି ଟେନ୍‌ସାରୁ ବରସୁଆଁ ଧ୍ୟରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ କରିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କୋଇଡ଼ା ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଖବର। ରାସ୍ତା ଦୁର୍ଘଟଣାରେ ଅନେକ ମୃତ୍ୟୁବରଣ କଲେଣି। ଜାମ୍‌ରେ ହଜାର ହଜାର ଗାଡ଼ି ଦିନ ଦିନ ଧରି ଫସି ରହୁଛି। ଗତ ଦୁଇ ଦିନ ଧରି ରାସ୍ତାରେ ଗାଡ଼ି ଅଟକି ରହିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି। ଏପରିକି କୋଇଡ଼ା ବଜାରରେ ମଧ୍ୟ ଲୋକେ ରାସ୍ତା ଉପରକୁ ବାହାରି ପାରୁନାହାନ୍ତି।
କୋଇଡ଼ା ରାସ୍ତା ଅବସ୍ଥା ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ବିଭିନ୍ନ ଖବର ପ୍ରକାଶିତ ହେବା ପରେ କୋଇଡା ପ୍ରଶାସନ ରାସ୍ତା ମରାମତି ପାଇଁ ତତ୍ପର ହୋଇଉଠିଛି। କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇଙ୍କ କାର୍ଯ୍ୟାଳୟରେ ଏ ନେଇ ଆଜି ଏକ ବୈଠକ ହୋଇଥିଲା। ଏଥିରେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ହାଃସଦା, କୋଇଡା ଖଣି ଉପ ନିର୍ଦ୍ଦେଶକ ସଲିଲ କୁମାର ବେହେରା, ଅତିରିକ୍ତ ତହସିଲଦାର ସାଇ ସସ୍ମିତା ହୋତା, କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ତାରିଣୀ କାନ୍ତ ମହାନ୍ତ ଓ କୋଇଡା ସରପଞ୍ଚ ସନ୍ଧ୍ୟାରାଣୀ ନାଏକ ପ୍ରମୁଖଙ୍କ ସମେତ ବହୁ ଖଣି ଅଧିକାରୀ ଯୋଗ ଦେଇଥିଲେ । ସେଥିରେ ରାସ୍ତା ସମ୍ପୂର୍ଣ୍ଣ ନିର୍ମାଣ ନ ହେବା ଯାଏ ଯୁଦ୍ଧକାଳୀନ ଭାବେ ଖାଲ କର୍ଦମାକ୍ତ ରାସ୍ତାକୁ ଜେସିବି ସାହାଯ୍ୟରେ ସମାନ କରିବା ସହ ସ୍ଲାଗ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପଦାଧିକାରୀମାନେ ରାସ୍ତାର ସ୍ଥିତି ଯାଞ୍ଚ କରିବା ସହ ୫ ଦିନ ମଧ୍ୟରେ ପାଞ୍ଚ ଦିନ ମଧ୍ୟରେ କାମ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।



from ଜିଲ୍ଲା – Sambad https://ift.tt/2JoV1FE

Post a Comment

0Comments
Post a Comment (0)