ପାହାଡ ଉପରେ ରଥଯାତ୍ରା

zisanmohammad
0

କବାଟବନ୍ଧ : ୩ ଶହ ଫୁଟ ଉଚ୍ଚତାରେ ଏକ ପାହାଡ ଉପରେ ରଥ ଯାତ୍ରା ହେଉଥିବା ଘଟଣା ଅବିଶ୍ବାସ ଲାଗୁଥିଲେ ମଧ୍ୟ ସତ। ଏହା ପୁଣି ପାଂଚ ଦଶ ବର୍ଷ କିମ୍ବା ଶହେବର୍ଷ ନୁହଁ ୫୩୬ ଖ୍ରୀଷ୍ଟାବ୍ଦରୁ ଅନୁଷ୍ଠିତ ହୋଇ ଆସୁଛି। ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ରିତିନୀତି ଅନୁସାରେ ସମସ୍ତ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଧର୍ମଶାଳା ଅଂଚଳର ଏହା ସର୍ବ ପୁରାତନ ରଥଯାତ୍ରା ବୋଲି ଆଲୋଚନା ହେଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତାଳଜଙ୍ଗ ପଂଚାୟତ ଅନ୍ତର୍ଗତ ବଳରାମପୁର ଉପରଗଡ଼ରେ ଯାଜପୁର ରାଜାଙ୍କ ଅନୁମତି କ୍ରମେ ରାଜସ୍ଥାନରୁ ଆସିଥିବା ବଳଭଦ୍ର ସିଂ ୫୩୬ ଖ୍ରୀଷ୍ଟାଦ୍ଧରେ ବଳରାମପୁର ଗଡ଼ ପ୍ରତିଷ୍ଠା କରିଥିଲେ। ସମୁଦ୍ର ପତନ ଠାରୁ ୫ଶହ ମିଟର ତଥା ସମତଳରୁ ୩ଶହ ମିଟର ଉଚ୍ଚତାରେ ରାଜପ୍ରସାଦ ନିର୍ମାଣ ହେବା ସହ ସେହି ସମୟରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ସେହି ସମୟରୁ ବଳରାମପୁର ଉପରଗଡ଼ରେ ରଥଯାତ୍ରା ଆରମ୍ଭ ହୋଇ ଅଦ୍ୟାବଧି ଚାଲୁ ରହିଛି। ଶ୍ରୀମନ୍ଦିର ଚତୁର୍ଧାମୂର୍ତ୍ତିଙ୍କର ନବକଳେବର ସମୟରେ ଏଠାରେ ମଧ୍ୟ ନବକଳେବର ଅନୁଷ୍ଠିତ ହୋଇଥିଲା। ବର୍ତମାନର ବଳରାମପୁରଗଡ଼ ରାଜା ରାଜାସାହେବ ପ୍ରବୀରଚନ୍ଦ୍ର ଧୀର ଦେବ ଏବଂ ରାଣୀ ପଦ୍ମାଳୟା ଦେବୀ ପ୍ରତିବର୍ଷ ରଥଯାତ୍ରାରେ ଉପସ୍ଥିତ ରୁହନ୍ତି। ଏବଂ ରାଜା ଛେରା ପହଁରା କରିବା ପରେ ରଥ ଟଣା ହୁଏ। ପାହାଡ଼ର ଏତେ ଉଚ୍ଚରେ ରଥଯାତ୍ରା ହେଉଥିବାରୁ ଏହା ସମସ୍ତଙ୍କ ପାଇଁ ଏକ ବିରଳ ଅନୁଭୂତି ସେଥିପାଇଁ ପ୍ରତିବର୍ଷ ରଥଯାତ୍ରା ସମୟରେ ଶହଶହ ଜଗନ୍ନାଥ ପ୍ରେମୀ ଭକ୍ତ ରଥଯାତ୍ରା ଦେଖିବା ପାଇଁ ଉପରଗଡ଼କୁ ଯାଇଥାନ୍ତି। ରାଜା ସାହେବଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମନ୍ଦିରର ମୁଖ୍ୟ ପୂଜକ ପ୍ରାଣକୃଷ୍ଣ ପଣ୍ତା, ବଳରାମପୁର ଉପରଗଡ଼, ତଳଗଡ଼, ନୂଆଗଡ଼ ପ୍ରଭୃତି ଗ୍ରାମବାସୀଙ୍କ ସହଯୋଗରେ ପ୍ରତିବର୍ଷ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।



from ଜିଲ୍ଲା – Sambad https://ift.tt/30csv0V

Post a Comment

0Comments
Post a Comment (0)