ସେନା ଭଳି ପୋଷାକ ନ ପିନ୍ଧିବାକୁ ଜମ୍ମୁ କଶ୍ମୀର ପୁଲିସର ଅନୁରୋଧ

zisanmohammad
0

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ସେନା ‌ପୋଷାକରେ ରହି ସେମାନଙ୍କ ଉଦ୍ଦେଶ୍ୟ ସାଧନ କରୁଛନ୍ତି। ତେଣୁ ଆତଙ୍କବାଦୀଙ୍କ ଏହି ନୂଆ ତରିକାକୁ ବିଫଳ କରିବା ପାଇଁ ଜମ୍ମୁ କଶ୍ମୀର ପୁଲିସ ଏକ ନୂଆ ଉପାୟ ଆରମ୍ଭ କରିଛି। ଜମ୍ମୁ କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ନାଗରିକମାନେ ସେନା ଭଳି ପୋଷାକ ନ ପିନ୍ଧିବାପାଇଁ କଶ୍ମୀର ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ଯୁବପିଢ଼ି ଏନେଇ ସୋସିଆଲ ମିଡିଆରେ ସଚେତନତା ସୃଷ୍ଟି କରିବା ପାଇଁ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି। ସେନା ପୋଷାକ ଏବଂ ଉପକରଣର ଅପବ୍ୟବହାର ନ ହେବାପାଇଁ ଯୁବପିଢ଼ି ଏକ ନୂଆ ଅଭିଯାନ ଆରମ୍ଭ କରିବା ଉଚିତ୍‌ ବୋଲି ପୁଲିସ ଅନୁରୋଧ କରିଛି। ସେହିପରି କଶ୍ମୀରରେ ବ୍ୟବସାୟୀମାନେ ମଧ୍ୟ ଆର୍ମି ୟୁନିଫର୍ମ ଭଳି ପୋ‌ଷାକ ନ ବିକିବା ପାଇଁ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରାଯା‌ଇଛି। ସୂଚନାଯୋଗ୍ୟ ପ୍ରାୟ ୧୦ ଜଣ ଆତଙ୍କବାଦୀ ଏବେ କିସ୍ତୱାଡ଼ ଜିଲ୍ଲାରେ ସକ୍ରୀୟ ଅଛନ୍ତି। ସେମାନେ ସେନା ପୋଷାକରେ ରହି ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନା କରୁଥିବାରୁ ପୁଲିସ ଏଥିପାଇଁ ନାଗରିକଙ୍କୁ ସେନା ‌ପୋଷାକ ନ ପିନ୍ଧିବାପାଇଁ ଅନୁରୋଧ କରିଛି।



from ଦେଶ- ବିଦେଶ – Sambad https://ift.tt/2YJ7HxN

Post a Comment

0Comments
Post a Comment (0)