
ବେଙ୍ଗାଲୁରୁ: ବୁଧବାର ସକାଳେ ପୁଲିକେଶୀ ନଗର ଅଞ୍ଚଳରେ ଗୋଟାଏ ନିର୍ମାଣଧୀନ କୋଠାଘର ଭାଙ୍ଗିପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ଏବଂ ଭଗ୍ନାଂଶ ମଧ୍ୟରୁ ଅନ୍ୟ ଆଠଜଣ ଲୋକଙ୍କୁ ଉଦ୍ଧାର କରାଯାଇ ବାଓରିଙ୍ଗ୍ ଆଣ୍ଡ୍ ଲେଡି କର୍ଜନ୍ ହସ୍ପିଟାଲ୍କୁ ପଠାଯାଇଛି।
ସକାଳ ପ୍ରାୟ ୬ଟା ବେଳେ ଏ ଭଳି ଅଘଟଣ ଘଟିଛି।
ନିହତ ବ୍ୟକ୍ତି ହେଉଛନ୍ତି ବିହାରର ବାସିନ୍ଦ ଏବଂ ତାଙ୍କ ନାମ ହେଉଛି ଶମ୍ଭୁ କୁମାର।
ସଦ୍ୟତମ ସୂଚନା ଅନୁସାରେ ସମ୍ପୃକ୍ତ ସ୍ଥାନରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।
ଅଗ୍ନିଶମ ବିଭାଗ, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ସିଭିଲ୍ ଡିଫେନ୍ସ୍ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
from ଦେଶ- ବିଦେଶ – Sambad https://ift.tt/2G3TUL4