ଫେସ୍‌ବୁକ୍‌ରେ ଗୋମାଂସ ଭକ୍ଷଣ ଉତ୍ସବକୁ ନିମନ୍ତ୍ରଣ ପୋଷ୍ଟ୍‍ କରି ଜଣେ ଗିରଫ

zisanmohammad
0

ଚେନ୍ନାଇ: ତାମିଲନାଡୁର କୁମ୍ବାକୋଣମ୍‌ ଗୋମାଂସ ଭକ୍ଷଣ ଉତ୍ସବ ପାଇଁ ଜୁଲାଇ ୧୩ ତାରିଖରେ ଫେସ୍‌ବୁକ୍‌ରେ ନିମନ୍ତ୍ରଣ ପୋଷ୍ଟ୍‍ କରି ଏସ୍‌. ଏଝିଲାନ୍‌ ନାମକ ଜଣେ ୩୩ ବର୍ଷିୟ ବ୍ୟକ୍ତି ଗିରଫ ହୋଇଛନ୍ତି।

ଉତ୍ସବକୁ ଦକ୍ଷିଣପନ୍ଥୀ ସଙ୍ଗଠନର ସଦସ୍ୟମାନଙ୍କୁ ତାଞ୍ଜବୁର୍‌ ଜିଲ୍ଲାର ଏସ୍‌ ଏଝିଲାନ୍‌ ଓରଫ୍‌ ରାମକୁମାର ନିମନ୍ତ୍ରଣ କରିଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ପୋଷ୍ଟ୍‍ରେ ଉଲ୍ଲେଖ ଥିଲା ଯଦି ସେମାନେ ଉତ୍ସବରେ ଯୋଗ ଦିଅନ୍ତି, ସେମାନଙ୍କୁ ଉଚ୍ଚ ଆସନ ମିଳିବ ଏବଂ ସେମାନେ ସେଠାରେ ବ୍ୟଞ୍ଜନ ଖାଇ ପାରିବେ।

ଏଝିଲାନ୍‌ କିନ୍ତୁ, ଗୋମାଂସ ଉତ୍ସବର ତାରିଖ ଉଲ୍ଲେଖ କରି ନ ଥିଲେ। କେବଳ ଲେଖିଥିଲେ ଖୁବ୍‌ ଶୀଘ୍ର କୁମ୍ବକୋଣମ୍‌ରେ ଏହି ଉତ୍ସବ ଆୟୋଜନ କରାଯିବ।

ପୁଲିସ କହିଛି କଲ୍ଲାପ୍ପୁଲିୟୁର୍‌ ଗ୍ରାମ ପ୍ରଞ୍ଚାୟତର ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ରନଙ୍କ ଅଭିଯୋଗକ୍ରମେ ଏଝିଲାନ୍‌ଙ୍କ ବିରୋଧରେ ଆମେ ମାମଲା ରୁଜୁ କରିଛୁ।

ପୁଲିସ ତାଙ୍କୁ ଆଇପିସି ଧାରା ୨୯୦, ୫୦୪ ଏବଂ ୫୦୫ (୨) ଆଧାରରେ ବୁକ୍‌ କରିଛି।

ଏସ୍‌. ଏଝିଲାନ୍‌ ‘ତାମିଲନାଡୁ କୁଦିଆରାସୁ କଟ୍‌ଚି ନାମକ ସଙ୍ଗଠନର ପ୍ରତିଷ୍ଠାତା ସଭାପତି ଅଛନ୍ତି। ମଙ୍ଗଳବାର ପ୍ରତ୍ୟୁଷରେ ତାଙ୍କୁ ଗିରଫ କରାଯାଇଛି।



from ଦେଶ- ବିଦେଶ – Sambad https://ift.tt/2JERYuF

Post a Comment

0Comments
Post a Comment (0)