କଟକ ନର୍ସିଙ୍ଗ ହୋମରେ ଫସିରହିଛି କେନ୍ଦୁଝର ଆଦିବାସୀ ମହିଳାଙ୍କ ମୃତଦେହ

zisanmohammad
0

ଆନନ୍ଦପୁର: କଟକ ଜଗତପୁରର ଏକ ନର୍ସିଙ୍ଗ ହୋମରେ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଫସିରହିଛି | ମେଡିକାଲ ଦେୟ ବାବଦକୁ ବଳକା ଅର୍ଥ ନ ଦେଲେ ମୃତଦେହକୁ ଛଡ଼ାଯିବନାହିଁ ବୋଲି ନର୍ସିଂହୋମ କର୍ତୃପକ୍ଷ ରୋକଠୋକ ଶୁଣାଇଦେଇଛନ୍ତି | ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡାର ଉଲେଇକୁଣ୍ଡିର ଜଣେ ମହିଳାଙ୍କୁ ସାପଟିଏ କାମୁଡ଼ିଦେଇଥିଲା |

ଏହି ମହିଳାଙ୍କ ନାମ ହେଉଛି ସିନି ହେମ୍ବ୍ରମ | ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକ କଟକ ଜଗତପୁରର ୟୁନିକ ନର୍ସିଙ୍ଗ ହୋମରେ ଭର୍ତ୍ତି କରିଥିଲେ | ତେବେ ସେଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା |

ତେବେ ଚିକିତ୍ସା ବାବଦକୁ ୩୫ ହଜାର ଟଙ୍କା ବିଲ ହୋଇଥିଲା | ସିନିଙ୍କ ପରିବାର ପାଖରେ ସମୁଦାୟ ୫ ହଜାର ଟଙ୍କା ଥିବାରୁ ଏବେ ମୃତଦେହକୁ ଛାଡ଼ୁନାହାନ୍ତି ନର୍ସିଙ୍ଗ ହୋମ କର୍ତୃପକ୍ଷ | ବାକି ଟଙ୍କା ନ ଦେଲେ ମୃତଦେହ ଛଡ଼ାଯିବ ନାହିଁ ବୋଲି ନର୍ସିଙ୍ଗ ହୋମ କର୍ମଚାରୀ କହୁଥିବାର ସିନିଙ୍କ ପରିବାର ଲୋକ କହିଛନ୍ତି |



from ଜିଲ୍ଲା – Sambad https://ift.tt/2SQY9P8

Post a Comment

0Comments
Post a Comment (0)