
ତେଲ୍ ଅବିବ୍: ସେପ୍ଟେମ୍ବର ୧୭ ତାରିଖରେ ହେବାକୁ ଥିବା ଅପ୍ରତ୍ୟାଶିତ ନିର୍ବାଚନ ପୂର୍ବରୁ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଲିକୁଡ ପାର୍ଟି ପ୍ରଦର୍ଶୀତ କରିଥିବା ବ୍ୟାନର୍ରେ ତାଙ୍କ ଛବି ସହ ରହିଛି ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦୀ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଛବି। ନିଜକୁ ଏକ ଭିନ୍ନ ଲିଗ୍ରେ ଉପସ୍ଥାପନ କରି ଜନସମର୍ଥନ ପାଇବାକୁ ସେ ଏ ପରି କରିଛନ୍ତି।
ତେଲ୍ ଅବିବ୍ର କିଙ୍ଗ୍ ଜର୍ଜ ଷ୍ଟ୍ରିଟ୍ ଅନ୍ତର୍ଗତ ମେଟ୍ଜୁଦାଟ୍ ଜି’ଇବ୍ ୩୮ସ୍ଥିତ ଲିକୁଡ୍ ପାର୍ଟିର ମୁଖ୍ୟାଳୟରେ ନିର୍ବାଚନ ପ୍ରଚାର ବ୍ୟାନର୍ ସବୁ ବିଶ୍ୱର ତିନି ନେତାଙ୍କ ସହ ନେତାନ୍ୟାହୁଙ୍କ ଘନିଷ୍ଠତା ବର୍ଣ୍ଣନା କରୁଛି। ଏଥିରେ ହିବ୍ର୍ୟୁ ଭାଷାରେ ଲେଖାଅଛି ଭିନ୍ନ ଲିଗ୍ରେ ନେତାନ୍ୟାହୁ।
ବିଶ୍ୱ ନେତୃବୃନ୍ଦଙ୍କ ସହ ତାଙ୍କର ଘନିଷ୍ଠତା ଯୋଗୁଁ ଇସ୍ରାଏଲୀୟ ରାଜନୀତିରେ ନିଜକୁ ଜଣେ ଅତୁଳନୀୟ ନେତା ଭାବେ ପ୍ରତିପାଦନ କରିଛନ୍ତି ନେତାନ୍ୟାହୁ। ଦେଶର ନିରାପତ୍ତା ନିମନ୍ତେ ଏହାର ଗୁରୁତ୍ୱ ଅଛି ବୋଲି ନିର୍ବାଚନ ପ୍ରଚାରରେ ସେ ଆଲୋକପାତ କରିଛନ୍ତି।
ନିର୍ବାଚନର ମାତ୍ର ଆଠ ଦିନ ପୂର୍ବରୁ ମୋଦୀଙ୍କୁ ଭେଟିବାକୁ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୯ ତାରିଖ ଦିନ ଭାରତକୁ ଆସିବେ।
from ଦେଶ- ବିଦେଶ – Sambad https://ift.tt/2ykzfy4
