ଛତିଶଗଡ଼ର ବୋଡ୍‌ଲିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ସିଆର୍‌ପିଏଫ୍‌ ଯବାନ ସହିଦ

zisanmohammad
0

ଦାନ୍ତେଓ୍ଵାଡ଼ା: ବୁଧବାର ସକାଳେ ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଅନ୍ତର୍ଗତ ବୋଡ୍‌ଲି ନିକଟରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟି କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଜଣେ ଯବାନ ସହିଦ ହୋଇଛନ୍ତି।

ସହିଦ ଯବାନଜଣକ ହେଉଛନ୍ତି ବିହାରର ନଓ୍ଵାଦାବାସୀ ରୋଶନ କୁମାର। ସେ ସିଆପିଏଫ୍‌ର ୧୯୫ ବାଟାଲିଆନ୍‌ରେ କାମ କରୁଥିଲେ।

ଦାନ୍ତେଓ୍ଵାଡ଼ା-ଜଗଦଳପୁର ସୀମାନ୍ତ ନିକଟରେ ଥିବା ମାଲେଓ୍ଵାହୀ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଠାରୁ ପ୍ରାୟ ୭୦୦ ମିଟର ଦୂରରେ ବୁଧବାର ସକାଳ ପ୍ରାୟ ୬: ୧୫ ସମୟରେ ବିସ୍ଫୋରଣ ଘଟିଥିଲା। ଲ୍ୟାଣ୍ଡ୍‌ମାଇନ୍‌ରେ ପ୍ରେସର୍‌ ମେକାନିଜମ୍‌ ବ୍ୟବହାର ହୋଇଥିବା କଥା ରିପୋର୍ଟ ହୋଇଛି।
ବୁଧବାର ଦିନ ସହିଦ ଯବାନ ପାର୍ଥିବ ଅବଶେଷ ଛତିଶଗଡ଼ର ବାର୍‌ସୁର୍‌କୁ ଅଣାଯିବ।



from ଦେଶ- ବିଦେଶ – Sambad https://ift.tt/2KiAvr3

Post a Comment

0Comments
Post a Comment (0)