
ଲକ୍ଷ୍ନୌ: ଜୟ ଶ୍ରୀରାମ ନ କହିବାରୁ ଉତ୍ତର ପ୍ରଦେଶର ଚନ୍ଦାଉଲି ଜିଲ୍ଲାରେ ଜଣେ ପନ୍ଦର ବର୍ଷିୟ ମୁସଲମାନ ବାଳକ ଦେହରେ ନିଆଁ ଲଗାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି।
ପିଲାଟିକୁ କାଶୀର କବୀର ଚୌରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ର ଶରୀରର ୬୦% ପୋଡ଼ି ଯାଇଥିବାରୁ ସେ ଅତି ସଙ୍କଟଜନକ ଅବସ୍ଥାରେ ପଡ଼ିରହିଛି।
ଜୟ ଶ୍ରୀରାମ ନ କହିବାରୁ ତାକୁ ପୋଡ଼ି ଦିଆଯାଇଛି। ଡାକ୍ତରଖାନାର କ୍ୟାମେରା ସମ୍ମୁଖରେ ସେ ଏ ଭଳି ବୟାନ ଦେଇଛି। କିନ୍ତୁ ପୁଲିସ କହୁଛି ତା’ର ବୟାନରେ ତାଳମେଳ ରହୁନାହିଁ।
ଗଣମାଧ୍ୟମକୁ ସେ ୧୫ ବର୍ଷିୟ ବାଳକ କହିଛି: ମୁଁ ଦୁଧାରି ପୋଲ ଉପରେ ଚାଲି ଚାଲି ଯାଉଥିବା ବେଳେ ଚାରି ଜଣ ଲୋକ ମତେ ଅପହରଣ କରିନେଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ମୋ ହାତ ବାନ୍ଧି ପକାଇଲେ ଏବଂ ତୃତୀୟ ଜଣକ କିରାସିନି ଢାଳିଲା। ତା’ପରେ ମୋ ଦେହରେ ନିଆଁ ଲଗାଇ ଦେଇ ଡିଆଁମାରି ପଳାଇ ଗଲେ।
ପୁଲିସ କହିବା ଅନୁସାରେ ପିଲାଟି ତା’ ଘରେ ପହଞ୍ଚିଲା ବେଳକୁ ପୋଡ଼ି ସାରିଥିଲା। ପୁଲିସ ଏ ମାମଲାକୁ ସନ୍ଦେହଜନକ ବୋଲି ବିଚାର କରୁଛି।
ବାସ୍ତବ ଘଟଣା କ’ଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।
from ଅପରାଧ – Sambad https://ift.tt/2GzPDPt